ଗଙ୍ଗାନଦୀ ବାଲିରେ ପୋତା ଯାଇଛି ମୃତଦେହ: ପ୍ରଶାସନର ଚିନ୍ତା ବଢ଼ିଲା…

ଉନ୍ନାଓ,୧୩।୫: ଗଙ୍ଗାନଦୀରେ ମୃତ ଦେହ ଭାସୁଥିବାରୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ନ କରି ମୃତଦେହଗୁଡ଼ିକୁ ନଦୀରେ ଭସାଇ ଦିଆଯାଇଥିବା କୁହାଯାଉଛି। ଏବେ ଉତ୍ତରପ୍ରଦେଶର ଉନ୍ନାଓରେ ଗଙ୍ଗାନଦୀ କୂଳରେ ବାଲିରେ ବହୁ ମୃତଦେହ ପୋତା ଯାଇଥିବା ଘଟଣା ପ୍ରଶାସନର ନିଦ ହଜାଇ ଦେଇଛି। ଏନେଇ ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

Share