କବରରେ ୨୧୫ ପିଲାଙ୍କ ଦେହାବଶେଷ

ଅଟାଓ୍ବା, ୩୦ା୫ :ଆଦିବାସୀଙ୍କ ଭାଷା, କଳା ସଂସ୍କୃତିକୁ ଧ୍ୱଂସ ଓ ସେମାନଙ୍କୁ ବିଲୁପ୍ତ କରିଦେବାକୁ ଚକ୍ରାନ୍ତ ହେଉଥିଲା। ଆଦିବାସୀ ପିଲାଙ୍କୁ ସେମାନଙ୍କ ଘରୁ ଜୋରଜବରଦସ୍ତ ନିଆଯାଇ ରେସିଡେନ୍ସିଆଲ ସ୍କୁଲରେ ଭର୍ତ୍ତି କରାଯାଉଥିଲା। ଛୋଟ ପିଲାମାନଙ୍କୁ ଶାରୀରିକ ନିର୍ଯାତନା ଏପରି କି ବଳାତ୍କାର ମଧ୍ୟ କରାଯାଉଥିଲା। କେତେକ ଚର୍ଚ୍ଚ ଦ୍ୱାରା ପରିଚାଳିତ ହେଉଥିବା ରେସିଡେନ୍ସିଆଲ ସ୍କୁଲରେ ଚାଲିଥିଲା ‘କଲ୍‌ଚରାଲ ଜେନୋସାଇଡ୍‌’ ବା ‘ସାଂସ୍କୃତିକ ନରସଂହାର’। ଏକ ସ୍କୁଲ ପରିସରରେ ବିଶାଳ କବରରୁ ୨୧୫ ଆଦିବାସୀ ପିଲାଙ୍କ ଦେହାବଶେଷ ମିଳିବା ପରେ କାନାଡାର ସେହି କଳଙ୍କିତ ଇତିହାସ ପୁଣି ସାମ୍‌ନାକୁ ଆସିଛି।
କାନାଡାର ଏକ ରେସିଡେନ୍ସିଆଲ ବା ଆବାସିକ ସ୍କୁଲ ପରିସରରୁ ୨୧୫ ପିଲାଙ୍କ ଦେହାବଶେଷ ମିଳିଛି। ସେମାନଙ୍କ ମଧ୍ୟରୁ ମୃତ୍ୟୁବେଳେ କେତେଜଣଙ୍କ ବୟସ ମାତ୍ର ୩ ବର୍ଷ ହୋଇଥିଲା। ଟେମ୍‌ଲୁପ୍ସ ସି କ୍ୱେପେମସି ଫାଷ୍ଟ ନେଶନର ମୁଖ୍ୟ ଏହି କବର ଠାବ ହୋଇଥିବା ନେଇ ଗୁରୁବାର ଘୋଷଣା କରିଥିଲେ। ଭୂମି ଭେଦକ ବା ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍‌ ସ୍ପେଶିଆଲିଷ୍ଟ୍‌ ଟିମ୍‌ କବରକୁ ଖୋଜି ପାଇଥିବା ଫାଷ୍ଟ ନେଶନ ପକ୍ଷରୁ କୁହାଯାଇଛି। ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ ବୋଲି ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଶୁକ୍ରବାର ଟୁଇଟ୍‌ କରିଛନ୍ତି। ଦେଶର କଳା ଇତିହାସ ଏବଂ ଏଭଳି ଲଜ୍ଜାଜନକ ଘଟଣା ମନେପଡ଼ିଲେ କଷ୍ଟ ହୁଏ ବୋଲି ଟ୍ରୁଡୋ କହିଛନ୍ତି। ଘଟଣାରେ ପ୍ରଭାବିତ ହୋଇଥିବା ଲୋକଙ୍କ ସହ ସରକାର ଅଛନ୍ତି ବୋଲି ସେ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି। ମୃତ ପିଲାମାନେ ବ୍ରିଟିଶ କଲମ୍ବିଆରେ ଥିବା କମ୍‌ଲୁପ୍ସ ଇଣ୍ଡିଆନ ରେସଡେନ୍ସିଆଲ ସ୍କୁଲରେ ରହୁଥିଲେ। ୧୯୭୮ ମସିହାରେ ବିଦ୍ୟାଳୟଟି ବନ୍ଦ ହୋଇଯାଇଥିଲା।
କାନାଡାରେ ୧୮୬୩ରୁ ୧୯୯୮ ପର୍ଯ୍ୟନ୍ତ ରେସିଡେନ୍ସିଆଲ ସ୍କୁଲ ବ୍ୟବସ୍ଥା ପ୍ରଚଳନ ଥିଲା। ଏହା କେତେକ ଚର୍ଚ୍ଚ ଦ୍ୱାରା ପରିଚାଳିତ ହେଉଥିଲା। ପ୍ରାୟ ଦେଢ଼ ଲକ୍ଷ ପିଲାଙ୍କୁ ସେମାନଙ୍କ ଘରୁ ନିଆଯାଇ ଏହି ସ୍କୁଲରେ ରଖାଯାଇଥିଲା। ସେହି ପିଲାମାନଙ୍କୁ ସେମାନଙ୍କ ନିଜ ଭାଷା, ସଂସ୍କୃତିଠାରୁ ଦୂରରେ ରହିବାକୁ ବାଧ୍ୟ କରାଯାଉଥିଲା। ଅନେକଙ୍କୁ ଶାରୀରିକ ନିର୍ଯାତନା ଏପରିକି ଛୋଟ ପିଲାଙ୍କୁ ବଳାତ୍କାର ମଧ୍ୟ କରାଯାଉଥିଲା। ଏହି ବ୍ୟବସ୍ଥାର ପ୍ରଭାବ ଯାଞ୍ଚ ପାଇଁ ୨୦୦୮ରେ ଦି ଟ୍ରୁଥ୍‌ ଆଣ୍ଡ ରିକନ୍‌ସିଲିଏସନ୍‌ କମିଶନ (ଟିଆର୍‌ସି) କାନାଡାରେ ଗଠନ ହୋଇଥିଲା।
୨୦୧୫ରେ ଟିଆର୍‌ସି ଏହାର ରିପୋର୍ଟ ପ୍ରଦାନ କରିଥିଲା। ଏହି ରିପୋର୍ଟରେ ପ୍ରାୟ ଦେଢ଼ ଲକ୍ଷ ଆଦିବାସୀଙ୍କ ଯନ୍ତ୍ରଣାମୟ ଜୀବନ ବଖାଣିଥିଲା। ଖ୍ରୀଷ୍ଟିଆନ ଚର୍ଚ୍ଚ ଦ୍ୱାରା ପରିଚାଳିତ ରେସିଡେନ୍ସିଆଲ ସ୍କୁଲଗୁଡ଼ିକରେ ଥିବା ପିଲାଙ୍କ ମଧ୍ୟରୁ ଅନେକ ସେମାନଙ୍କ ଘରକୁ ଫେରି ନ ଥିବା ଟିଆର୍‌ସି କହିଥିଲା। ଅନେକ ପିଲାଙ୍କୁ ବଳାତ୍କାର କରାଯାଇଥିବା, ଭୋକରେ ରଖାଯିବା ସହ ସେମାନଙ୍କ ଉପରେ ଅତ୍ୟାଚାର ସହ ଅନେକଙ୍କୁ ହତ୍ୟା କରାଯାଇଥିଲା। ସ୍କୁଲରେ ଥିବାବେଳେ ହିଁ ପ୍ରାୟ ୪,୧୦୦ ପିଲାଙ୍କ ମୃତ୍ୟୁ ଘଟିଥିଲା ବୋଲି ଟିଆର୍‌ସି କହିଥିଲା। ମୃତ୍ୟୁ ପରେ ପିଲାଙ୍କୁ ସେଠାରେ ପୋତି ଦିଆଯାଉଥିଲା। ଆବାସିକ ସ୍କୁଲ ବ୍ୟବସ୍ଥାକୁ ‘କଲଚରାଲ ଜିନୋସାଇଡ୍‌’ ବା ‘ସାଂସ୍କୃତିକ ନରସଂହାର’ ବୋଲି ଏହି କମିଶନ ନାମିତ କରିଥିଲା। ଗୋଟିଏ ଗୋଷ୍ଠୀକୁ ଏକ କରି ରଖୁଥିବା କାର୍ଯ୍ୟକଳାପ ତଥା ଭାଷା, ସଂସ୍କୃତିକୁ ଏହି ବ୍ୟବସ୍ଥାରେ ନଷ୍ଟ କରାଯିବାକୁ ଉଦ୍ୟମ ହେଉଥିଲା। ଏପରି ସ୍କୁଲ ବ୍ୟବସ୍ଥାକୁ ନେଇ ୨୦୦୮ରେ କାନାଡା ସରକାର ସାଧାରଣରେ କ୍ଷମା ମଧ୍ୟ ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ନିର୍ବାଚନ ହାରିଗଲେ କ’ଣ କରିବେ ଟ୍ରମ୍ପ? ଏବେ କଲେ ସ୍ପଷ୍ଟ

ଓ୍ବାଶିଂଟନ,୨୩।୯: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦିନକୁ ଦିନ ଆକର୍ଷଣୀୟ ହେବାରେ ଲାଗିଛି। ନିର୍ବାଚନ ତାରିଖ ନଭେମ୍ବର ୫ ରଖାଯାଇଛି। ରବିବାର ଏକ ଇଭେଣ୍ଟରେ ରିପବ୍ଲିକାନ ପାର୍ଟି...

ମୋଦିଙ୍କୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୨୩।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଅନୁରା କୁମାରା ଦିସାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଭାରତ ସହ କାମ କରିବାକୁ ନିଜର...

କ୍ୱାଡ୍‌ରେ ଚାଇନାକୁ ଟାର୍ଗେଟ

ଓ୍ବିଲ୍‌ମିଙ୍ଗଟନ୍‌,୨୩ା୯: ବିଶ୍ୱର ମଙ୍ଗଳ ପାଇଁ କ୍ୱାଡ୍‌ ଏକ ଶକ୍ତି। ଏହି ମେଣ୍ଟର ବର୍ତ୍ତମାନ ଭଳି ରଣନୀତିକ ଏକତା ପୂର୍ବରୁ କେବେ ଦେଖାଯାଇ ନ ଥିଲା ବୋଲି ଆମେରିକା,...

ମୋଦିଙ୍କୁ ଭୁଲିଗଲେ ବାଇଡେନ୍‌

ଓ୍ବିଲ୍‌ମିଙ୍ଗଟନ୍‌,୨୩।୯ : କ୍ୱାଡ୍‌ ସମ୍ମିଳନୀ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଭୁଲାପଣର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଡେଲାଓ୍ବାରେଠାରେ ରବିବାର ସକାଳେ ଏକ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ହିଜବୁଲ୍ଲାର ରକେଟ ଆକ୍ରମଣରେ ହାହାକାର ଇସ୍ରାଏଲ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ରବିବାର ଲେବାନନ ଇସ୍ରାଏଲ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର...

ଏବେ ନ ବୁଝିଲେ ଆମକୁ ବି ଭଲଭାବେ ବୁଝାଇ ଆସେ, କାହିଁକି ହିଜବୁଲ୍ଲାକୁ ଏମିତି କହିଲେ ନେତାନ୍ୟାହୁ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତାର ପରିବେଶ ରହିଛି। ନିକଟରେ, ୩୦୦୦ ପେଜର୍‌ ଏବଂ ଡଜନେ ୱାକି-ଟକି...

ଭାଷଣ ଦେବା ସମୟରେ ଷ୍ଟେଜ ଉପରେ ମୋଦିଙ୍କୁ ଭୁଲିଗଲେ ବାଇଡେନ, ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭୁଲିଯିବା ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବୟସ ବଢିବା ଏବଂ ସ୍ମୃତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri