ଫ୍ରିଜର ଟ୍ରକ୍‌ରେ ବର୍ଷେ ହେଲା ପଡ଼ି ରହିଛି ୭୫୦ କରୋନା ଆକ୍ରାନ୍ତଙ୍କ ମୃତଦେହ…

ନ୍ୟୁୟର୍କ,୧୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଥିବା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ବର୍ଷେ ହେଲା କରାଯାଇ ପାରି ନାହିଁ। ଏଭଳି ଅଭାବନୀୟ ଘଟଣା ଆମେରିକାର ନ୍ୟୁୟର୍କରେ ଘଟିଛି। ଏଠାରେ ଫ୍ରିଜର ଟ୍ରକ୍‌ରେ ଗତ ଏକ ବର୍ଷ ଧରି ୭୫୦ କରୋନା ଆକ୍ରାନ୍ତଙ୍କ ମୃତଦେହ ପଡ଼ି ରହିଛି। ଏଭଳି ହୃଦୟ ବିଦାରକ ଦୃଶ୍ୟ ସ୍ଥାନୀୟ ବାସିନ୍ଦାଙ୍କୁ ଭାବୁକ କରିଛି। ଧୀରେଧୀରେ ମୃତଦେହଗୁଡ଼ିକର ଅନ୍ତିମ ସଂସ୍କାର ପ୍ରକ୍ରିୟା ଜାରି ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ମୃତକଙ୍କ ପରିବାର ସଦସ୍ୟଙ୍କ ସହିତ ଯୋଗାଯୋଗ କରାଯାଉଥିବା ପ୍ରଶାସନ କହିଛି। ସ୍ଥାନୀୟ ହାର୍ଟ ଆଇସ୍‌ଲାଣ୍ଡ୍‌ କବରସ୍ତାନରେ ସେମାନଙ୍କୁ କବର ଦିଆଯିବା କାର୍ଯ୍ୟ କରାଯାଉଛି। ଗତ ବର୍ଷ ମାର୍ଚ୍ଚ-ଏପ୍ରିଲ୍‌ରେ କରୋନା ମହାମାରୀ ଯୋଗୁ ନ୍ୟୁୟର୍କରେ ସ୍ଥିତି ସଙ୍କଟ ଜନକ ରହିଥିଲା। ସେତେବେଳେ ବହୁ ମୃତକଙ୍କ ମୃତଦେହକୁ ଫ୍ରିଜରରେ ରଖାଯାଇଥିଲା।

Share