ବନ୍ଦ ଘରୁ ମିଳିଲା ଯୁବତୀ-ଯୁବକଙ୍କ ମୃତଦେହ

ମୁରିବାହାଲ,୩୦ା୩(ଶ୍ରୀବତ୍ସ ବେହେରା): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ତଥା ହଳଦୀ ପଞ୍ଚାୟତ ଅନ୍ତର୍ଗତ ସେମେଲପାଲି ଗାଁର ଏକ ଘରୁ ରବିବାର ସକାଳେ ଯୁବତୀଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ ସେମେଲପାଲି ଗାଁର ଅରବିନ୍ଦ ନାଗ(୧୮) ଏବଂ ସଂଯୁକ୍ତା ନାଗ(୨୦)। ଖବର ପାଇ କଣ୍ଟାବାଞ୍ଜି ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ଓ ମୁରିବାହାଲ ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ। ମାଜିଷ୍ଟ୍ରେଟଭାବେ ମୁରିବାହାଲ ତହସିଲଦାର ଜଗଦୀଶ କାର୍ତ୍ତାମି ଉପସ୍ଥିତ ଥିଲେ।

ସନ୍ଧ୍ୟାରେ ମୃତଦେହ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଅରବିନ୍ଦ ଓ ସଂଯୁକ୍ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ହେଲେ ଉଭୟେ ସମ୍ପର୍କୀୟ ହୋଇଥିବାରୁ ସେମାନଙ୍କ ମଧ୍ୟରେ ବିବାହକୁ ଉଭୟ ପରିବାର ସ୍ବୀକୃତି ଦେଉ ନ ଥିଲେ। ଏହାହିଁ ସେମାନଙ୍କ ମୃତ୍ୟୁର କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଶନିବାର ସଂଯୁକ୍ତା ନିଖୋଜ ଥିବା ନେଇ ତାଙ୍କ ବାପା ମୁରିବାହାଲ ଥାନାରେ ଅଭିଯୋଗ କରିଥିଲେ। ହେଲେ ସଂଯୁକ୍ତା କିପରି ଅରବିନ୍ଦଙ୍କ ଘରକୁ ଗଲେ ଓ ସେଠାରେ ଉଭୟଙ୍କର କିପରି ମୃତ୍ୟୁ ହେଲା ତାହା ରହସ୍ୟାବୃତ ରହିଛି। ଏ ନେଇ ମୁରିବାହାଲ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୪/୨୫)ରୁଜୁ ହୋଇ ଅଧିକ ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଏହାର ରହସ୍ୟ ଉନ୍ମୋଚନ ହେବ ବୋଲି ଆଇଆଇସି ସିପରା ସୁରୟା ଲୁଗୁନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫସଲ ଉଜାଡ଼ିଲା କାଳବୈଶାଖୀ: ଝଡ଼ି ପଡ଼ିଛି ଅମଳକ୍ଷମ ଧାନ, ଚାଷୀ ଚିନ୍ତିତ

ବରଗଡ଼,୨୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଳ୍ପଦିନ ପରେ ରବିଧାନ ଅମଳ ଆରମ୍ଭ ହେବ। କିନ୍ତୁ ଏବେ କାଳବୈଶାଖୀ ଜିଲାର ଚାଷୀଙ୍କ ପାଇଁ କାଳ ସାଜିଛି। ଏହାର...

‘ଜବାବ ପାଇଁ ପ୍ରସ୍ତୁତ ରହୁ ପାକିସ୍ତାନ, ଯଦି ରକ୍ତପାତ ହେବ ତ…’, ବିଲାଓ୍ବଲ ଭୁଟ୍ଟୋଙ୍କୁ ଥରୁରଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୨୮।୪: ପହଲଗାମ ଆକ୍ରମଣ ଉପରେ କଂଗ୍ରେସ ନେତା ଶଶି ଥରୁର ପ୍ରତିକ୍ରିୟା ଦେଇଛନ୍ତି। ଶଶି ଥରୁର କହିଥିଲେ, ‘ମୁଁ ଭାବୁଛି ଏହା ସ୍ପଷ୍ଟ ଯେ ଏକ...

କାନାଡାରେ Pahalgam Attackକୁ ନେଇ ସାମ୍ନା ସାମ୍ନି ହେଲେ ଭାରତ-ପାକ ଜନତା

ଲଣ୍ଡନ,୨୮।୪: ପହଲଗାମ ଆକ୍ରମଣକୁ ନେଇ ଲଣ୍ଡନରେ ପ୍ରତିବାଦ ଜାରି ରହିଛି। Pahalgam Attack ପରେ ‘ଭାରତୀୟ ପ୍ରଚାର’ ବୋଲି କୁହାଯାଉଥିବା ପାକିସ୍ତାନୀ ପ୍ରତିବାଦର ପ୍ରତିବାଦ କରିବା...

ସୁନା ବ୍ୟବସାୟୀଙ୍କୁ ମାଡ଼ ମାରି ଗହଣା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ସାହୁ ଜୁଏଲାରୀ ଓ୍ବର୍କସପ୍‌ ମାଲିକ ଦୀପକ ସାହୁଙ୍କୁ ମାଡ଼ ମାରି ୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର...

କମ୍ପାନୀରୁ ଶ୍ରମିକଙ୍କୁ ଆଣି ଆସୁଥିବାବେଳେ ଓଲଟିଲା ବସ୍‌: ଜଣେ ମୃତ

ସୁନ୍ଦରଗଡ଼,୨୮ା୪(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ଏନ୍‌ଟିପିସି ଡୁଲଙ୍ଗା କୋଇଲା ଖଣି ଭିତରେ ବସ୍‌ ଦୁର୍ଘଟଣା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ପାକିସ୍ତାନକୁ ଆଇନା ଦେଖାଇଲେ ଓଓ୍ବାଇସି, Pahalgam Attackକୁ ନେଇ କହିଲେ ତୁମେ ଭାରତଠାରୁ ଅଧ ଘଣ୍ଟା ନୁହେଁ, ଅଧା ଶତାବ୍ଦୀ ପଛରେ ଅଛ

ନୂଆଦିଲ୍ଲୀ,୨୮।୪: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପୁଣି ଥରେ ପାକିସ୍ତାନ ଉପରେ ବର୍ଷିଛନ୍ତି। ଓୱାଇସି ପାକିସ୍ତାନକୁ କହିଥିଲେ ଯେ ତୁମେ ଭାରତଠାରୁ ଅଧା ଶତାବ୍ଦୀ ପଛରେ...

‘ପହଲଗାମ ଆକ୍ରମଣ ଭାରତ ନିଜେ କରି ଆମକୁ ବଦନାମ କରୁଛି’

ଇସଲାମାବାଦ,୨୮ା୪: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖଓ୍ବାଜା ଆସିଫ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଏକ ହାସ୍ୟାସ୍ପଦ ବୟାନ ଦେଇଛନ୍ତି। ସେ କହିଛନ୍ତି, ଏବେ ଲାଗୁଛି ଭାରତ...

Pahalgam Attack: ପୃଥିବୀର ଭୂସ୍ବର୍ଗ ଏବେ ନିରବ, ନିଃଶବ୍ଦ, ଚୁପ ହୋଇଯାଇଛି ଡାଲ ହ୍ରଦ

ଜମ୍ମୁ,୨୮।୪: ଶ୍ରୀନଗରର ପ୍ରସିଦ୍ଧ ଡାଲ ହ୍ରଦର ହାଉସ ବୋଟ ଗୁଡ଼ିକ ପ୍ରାୟ ଖାଲି ପଡ଼ିଛି। କିଛି ଦିନ ପୂର୍ବରୁ ପର୍ଯ୍ୟଟକମାନଙ୍କୁ ହ୍ରଦ ପରିଦର୍ଶନରେ ନେବା ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image