ପୂର୍ବତନ ପତ୍ନୀଙ୍କ ହତ୍ୟା ଭିଡିଓର ଲାଇଭ ଷ୍ଟ୍ରିମିଂ କଲେ ବଡି ବିଲଡର, କେତେ ଜଣଙ୍କୁ ହତ୍ୟା ପରେ ନିଜେ କଲେ ଆତ୍ମହତ୍ୟା

ସାରାୟୋଭୋ,୧୨।୮: ଜଣେ ବଡି ବିଲଡର ତାଙ୍କ ପୂର୍ବତନ ପତ୍ନୀଙ୍କ ହତ୍ୟା ଭିଡିଓକୁ ସିଧା ପ୍ରସାରଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ୟୁରୋପୀୟ ଦେଶ ବୋସନିଆର ବୋଲି ଜଣାପଡିଛି। ଅଭିଯୁକ୍ତ ବଡି ବିଲଡର ତାଙ୍କ ପୂର୍ବତନ ପତ୍ନୀଙ୍କ ସମେତ ମୋଟ ତିନି ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହା ସହିତ ଅନ୍ୟ ତିନି ଜଣଙ୍କୁ ଗୁଳି କରି ଆହତ କରାଯାଇଥିଲା। ପରେ ଅଭିଯୁକ୍ତ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ।
ଅଭିଯୁକ୍ତ ବଡି ବିଲଡରଙ୍କୁ ନେରମିନ ସୁଲେଜମାନୋଭିକ (୩୫ ବର୍ଷ) ବୋଲି ଚିହ୍ନଟ କରାଯାଇଛି। ସେ ବୋସନିଆର ଗ୍ରେଡେକାକର ଉତ୍ତର-ପୂର୍ବ ସହରର ବାସିନ୍ଦା। ଖବର ଅନୁଯାୟୀ, ନେରମିନ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଲୋକଙ୍କୁ କହୁଥିଲେ ଯେ ହତ୍ୟାକୁ ଜୀବନ୍ତ ଦେଖିବ। ଏହା ପରେ ଅଭିଯୁକ୍ତ ଜଣକ ପିସ୍ତଲରେ କପାଳରେ ଗୁଳି ଚଳାଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହତ୍ୟା କରାଯାଇଥିବା ମହିଳା ଜଣକ ହେଉଛନ୍ତି ନେରମିନଙ୍କ ପୂର୍ବତନ ପତ୍ନୀ। ଉଭୟଙ୍କର ଏକ ଶିଶୁ କନ୍ୟା ମଧ୍ୟ ଅଛନ୍ତି, ଯାହାକୁ ନେରମିନ ଛାଡି ଦେଇଥିଲେ।

Share