ରାଉରକେଲା,୧୫।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ସେକ୍ଟର ୫ରେ ଥିବା ଏକ ଘରୋଇ ସ୍କୁଲ ପଛପଟ ବୁଦା ମୂଳରୁ ଜଣେ ଯୁବକଙ୍କ ଗଳାକଟା ମୃତଦେହ ଜବତ କରାଯାଇଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଯୁବକଙ୍କୁ ହତ୍ୟା କରି କେହି ବୁଦା ମୂଳରେ ପକାଇ ଦେଇଥିବା ପୁଲିସ ସନ୍ଦେହ କରୁଛି।
ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଯୁବକଙ୍କ ମୃତଦେହ ବୁଦା ମୂଳରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ରାଉରକେଲା ଅତିରିକ୍ତ ଏସ୍ପି ସଂଗ୍ରାମ କେଶରୀ ବେହେରା ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।