ଅଷ୍ଟ୍ରେଲୀୟ ସେନା ହେଲିକପ୍ଟର କ୍ରାସ୍‌ ଘଟଣା: ମୃତଦେହ ମିଳିଲା, ବ୍ଲାକ୍‌ ବକ୍ସ ମିଳୁନି

କାନ୍‌ବେରା,୩ା୮: ଗତ ସପ୍ତାହରେ ଆମେରିକା ସହିତ ହୋଇଥିବା ସାମରିକ ଅଭ୍ୟାସ ସମୟରେ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅଷ୍ଟ୍ରେଲୀୟ ସେନା ହେଲିକପ୍ଟର ନିଖୋଜ ଥିଲା। ତେବେ ବୁଧବାର ଏକ ମୃତଦେହ ମିଳିଥିବା ବେଳେ ବ୍ଲକ୍‌ ବକ୍ସ ମିଳିନାହିଁ। ଏନେଇ ଗୁରୁବାର ଜଣେ ଅଧିକାରୀ କହିଛନ୍ତି।

ଜୁଲାଇ ୨୮ରେ ଉତ୍ତର-ପୂର୍ବ ଅଷ୍ଟ୍ରେଲିଆ ଉପକୂଳବର୍ତ୍ତୀ ହ୍ବାଇଟ୍‌ ସୁଣ୍ଡାଇ ଦ୍ୱୀପପୁଞ୍ଜରେ ଏକ ଅପରେଶନ ସମୟରେ ଏକ ଏମ୍‌ଆର୍‌ଏଚ୍‌-୯୦ ତାଇପାନ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ୪ ଜଣ ଏୟାର କ୍ରୁ ଏବଂ ବ୍ଲାକ ବକ୍ସ ଫ୍ଲାଇଟ ଡାଟା ରେକର୍ଡ ନିଖୋଜ ହୋଇଥିଲା।

ବୁଧବାର ଏକ ଅଣ୍ଡର ଓ୍ବାଟର ଡ୍ରୋନ ମଣିଷ ମୃତଦେହ ଏବଂ କକ୍‌ପିଟ୍ସର ଏକ ଅଂଶ ୪୦ ମିଟର (୧୩୧ ଫୁଟ) ଗଭୀରରେ ଦେଖିଛି ବୋଲି ଆର୍ମି ଲେଫ୍ଟ-ଜେନେରାଲ ଗ୍ରେଗ୍‌ ବିଲ୍‌ଟନ କହିଛନ୍ତି।

ଧ୍ୱଂସାବଶେଷ ଉଦ୍ଧାର ପାଇଁ ଅଷ୍ଟ୍ରେଲୀୟ ନୌସେନା ଖୁବ୍‌ଶୀଘ୍ର ବିଶେଷଜ୍ଞ ଉପକରଣ ନିୟୋଜିତ କରିବ ବୋଲି ସେ କହିଛନ୍ତି।

ଖରାପ ପାଗ ଏବଂ ପ୍ରବଳ ସ୍ରୋତ ଯୋଗୁ ସର୍ଚ୍ଚ ଏବଂ ପୁନରୁଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

Share