ହୋଟେଲରୁ ମିଳିଲା ଝୁଲନ୍ତା ମୃତଦେହ: ହତ୍ୟା ଅଭିଯୋଗ

ବଡ଼ବିଲ,୩।୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ହୋଟେଲ ଲକି ଇଣ୍ଡିଆର ଷ୍ଟାଫ କ୍ୱାର୍ଟରରୁ ବୁଧବାର ଜଣେ ଆସିଷ୍ଟାଣ୍ଟ ସେଫ(ସହକାରୀ ରୋଷେୟା)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଯାଜପୁର ଜିଲା ବରିସ୍ଥିତ ଅରଙ୍ଗାବାଦ ଅଞ୍ଚଳର ୨୪ ବର୍ଷୀୟ ପବିତ୍ର କିଶୋର ଦାସ। ଗତ ମଙ୍ଗଳବାର ରାତିରେ ପବିତ୍ରଙ୍କ ମୃତ୍ୟୁ ଖବର ଶୁଣି ଆଜି ପରିବାର ଲୋକେ ବୁଧବାର ପୂର୍ବାହ୍ନରେ ପହଞ୍ଚିବା ପରେ ସେମାନଙ୍କ ଉପସ୍ଥିତିରେ ଷ୍ଟାଫ ରୁମର ସିଲିଂ ଫ୍ୟାନରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ଆସିଷ୍ଟାଣ୍ଟ ସେଫ ପବିତ୍ର ଗତ ୨୮ ତାରିଖରେ ହୋଟେଲ ଲକି ଇଣ୍ଡିଆରେ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ସେ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇ ଥିବା ନେଇ ସନ୍ଦେହ ପ୍ରକଟ କରିବା ସହ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ। ମୃତଦେହକୁ ପୋଲିସ ଜବତ୍‌ କରିଥିଲାବେଳେ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

Share