ହିଞ୍ଜିଳିକାଟୁ,୨୨ା୯(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମୋହନାପଲ୍ଲୀ ଗ୍ରାମ ନିକଟ ୧୦ ନମ୍ବର କେନାଲରୁ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତଦେହକୁ ହିଞ୍ଜିଳି ପୋଲିସ ଜବତ କରିଛି। ମୃତକ ହେଲେ ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମ ବେଲପଡ଼ା ସାହିର କୃଷ୍ଣ ସାହୁ। ସେ ଜଣେ ଟ୍ରାକ୍ଟର ଡ୍ରାଇଭର ଅଟନ୍ତି ।
ପ୍ରକାଶ ଯେ, ଗୁରୁବାର ରାତିରେ କୃଷ୍ଣ ୧୪ ନଂ ଜଳସେଚନ କେନାଲ ନିକଟ ସେତୁ ଉପରେ ବସିଥିବା କିଛି ଲୋକ ଦେଖିଥିଲେ। ନିକଟରେ ତାଙ୍କ ବାଇକ୍ ରହିଛି। ଶୁକ୍ରବାର ସକାଳେ କେନାଲ ପାଣିରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଲୋକେ ହିଞ୍ଜିଳି ପୋଲିସକୁ ଜଣାଇଥିଲେ। ହିଞ୍ଜିଳି ପୋଲିସ ଓ ପରିବାର ଲୋକେ ପହଞ୍ଚି ପାଣି ଭିତରୁ ମୃତଦେହ ଉଦ୍ଧାର କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି। ଅନ୍ୟପକ୍ଷରେ ମୃତ ଶରୀରରେ କ୍ଷତ ଚିହ୍ନ ଥିବାରୁ କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। କେସ୍ ନଂ ୨୩/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ହିଞ୍ଜିଳି ପୋଲିସ ଘଟଣାର ତଦନ୍ତ ଚଳାଇଥିବା ପ୍ରକାଶ।