କୋକସରା,୧୬।୫(ଡି.ଏନ୍.ଏ): କଳାହାଣ୍ଡି ଜିଲା କୁସୁମଖୁଣ୍ଟି ନିକଟସ୍ଥ ଇନ୍ଦ୍ରାବତୀ ବାମ କେନାଲରୁ ଏକ ନବଜାତ ଶିଶୁର ମୃତଦେହ ମିଳିଛି। ସୋମବାର ମଧ୍ୟାହ୍ନରେ କୁସୁମଖୁଣ୍ଟି ଗ୍ରାମର କିଛି ଲୋକ କେନାଲରେ ଜାଲ ପକାଇ ମାଛ ଧରୁଥିବା ସମୟରେ ଜାଲରେ ଏକ ନବଜାତକ ଶିଶୁପୁତ୍ରର ମୃତଦେହ ଦେଖିବାକୁ ପାଇଥିଲେ। ତେବେ ଶିଶୁଟିକୁ କିଏ, କାହିଁକି ଓ କେଉଁଭଳି ପରିସ୍ଥିତିରେ ସେଠାରେ ଫୋପାଡିଥିଲେ ତାହା ଜଣାପଡ଼ି ନାହିଁ। ଘଟଣାକୁ ନେଇ ମୋଟେର ଫାଣ୍ଡି ଅଧିକାରୀ ଅଜୟ ନାଏକଙ୍କୁ ପଚାରିବାରୁ ଆମ ପାଖରେ କିଛି ଖବର ନାହିଁ ବୋଲି କହିଛନ୍ତି।