ପାଖରୀରୁ ମିଳିଲା କନଷ୍ଟେବଳଙ୍କ ମୃତଦେହ

ହାଟଡିହୀ,୧୧l୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ସମ୍ମୁଖ ପୋଖରୀରୁ ମଙ୍ଗଳାବର ଜଣେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରଦୀପ ବେହେରା l

ମିଳିଥିବା ସୂଚନା ମୁତାବକ, ୧ ମାସ ତଳେ ପ୍ରଦୀପ କେନ୍ଦୁଝରରୁ ବଦଳି ହୋଇ ନନ୍ଦିପଦା ଥାନାକୁ ଆସିଥିଲେ l ହେଲେ ମଙ୍ଗଳବାର ସକାଳେ ପ୍ରଦୀପ ପୋଖରୀରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡିକାଲ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷେ କନଷ୍ଟେବଳ ପ୍ରଦୀପଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ସନ୍ଦେହ ପ୍ରକାଶ ପାଇଛି।

Share