ଟ୍ରେନ୍‌ଲାଇନ୍‌ରୁ ମିଳିଲା ହୋମ୍‌ଗାର୍ଡଙ୍କ ମୃତଦେହ

ରାୟଗଡ଼ା,୧୮ା୧୨: ରାୟଗଡ଼ା ଷ୍ଟେଶନର ୫୦ ମିଟର ପୂର୍ବରୁ ଟ୍ରେନ୍‌ଲାଇନ୍‌ରୁ ଜଣେ ହୋମ୍‌ଗାର୍ଡଙ୍କ ମୃତଦେହ ମିଳିଛି। ରବିବାର ରାତିରେ ଏ ନେଇ ଖବର ପ୍ରଚାରିତ ହେବା ପରେ ରେଳ ବିଭାଗ କର୍ତ୍ତୃପକ୍ଷ, ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୃତକ ଜଣକ ହେଲେ ହୋମଗାର୍ଡ ଈଶ୍ବର ରାଓ । ସେ ଏସ୍‌ପିଙ୍କ ରେସିଡେନ୍ସ ଅଫିସରେ ନିୟୋଜିତ ଥିଲେ।

ରାୟଗଡ଼ାରେ ନିଜ ପରିବାର ସହ ରହୁଥିବା ଈଶ୍ୱର ଛୁଟି ନେଇ ଗତ ୩ ଦିନ ହେବ ସମ୍ପର୍କୀୟଙ୍କ ଦଶାହରେ ଯୋଗ ଦେବାକୁ ଏକା ଯାଇଥିଲେ। ସେଠାରୁ ଗତ ରାତିରେ ସେ ରାୟଗଡ଼ା ଫେରୁଥିବା ବେଳେ ରେଳଲାଇନ୍‌ରୁ ତାଙ୍କ ମୃତଦେହ ମିଳିଥିଲା।

Share