ଗାଜାର ଅଲ ଶିଫା ହସ୍ପିଟାଲ ନିକଟରୁ ମିଳିଲା ଇସ୍ରାଏଲ ମହିଳା ସେନାଙ୍କ ମୃତଦେହ, ହମାସ କରିଥିଲା ଅପହରଣ

ତେଲ ଆଭିବ,୧୭।୧୧: ଗାଜାର ଅଲ ଶିଫା ହସ୍ପିଟାଲ ନିକଟରେ ଇସ୍ରାଏଲର ଜଣେ ମହିଳା ସେନାଙ୍କର ମୃତଦେହ ମିଳିଛି। ଇସ୍ରାଏଲ ସେନା ଏହି ସୂଚନା ପ୍ରଦାନ କରି ଏକ ବିବୃତ୍ତି ଜାରି କରିଛି। ଇସ୍ରାଏଲ ସେନା ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ ୧୯ବର୍ଷୀୟ କର୍ପୋରେଟର ନାଓ ମାରସିଆନୋଙ୍କୁ ଅକ୍ଟୋବର ୭ରେ ହମାସ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ, ଯାହାର ମୃତଦେହ ଅଲ ଶିଫା ହସ୍ପିଟାଲ ନିକଟରେ ଇସ୍ରାଏଲ ସେନା ଦ୍ୱାରା ଉଦ୍ଧାର କରାଯାଇଛି। ଇସ୍ରାଏଲ ସେନା ମହିଳା ସୈନିକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ଇସ୍ରାଏଲ ହମାସକୁ ଟନେଲ ନିର୍ମାଣ ପାଇଁ ସ୍କୁଲ ଏବଂ ହସ୍ପିଟାଲ ଭଳି ସାଧାରଣ ନାଗରିକ ଭବନ ବ୍ୟବହାର କରୁଥିବା ଅଭିଯୋଗ କରିଛି। ଏହି ଦାବିକୁ ସମର୍ଥନ କରି ଇସ୍ରାଏଲ ସେନା ଅନେକ ଭିଡିଓ ଜାରି କରିଛି।
ଏହାପୂର୍ବରୁ ଇସ୍ରାଏଲ ସେନା ଗାଜାରେ ଥିବା ଅନ୍ୟ ଜଣେ ଇସ୍ରାଏଲ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା। ସେହି ବୃଦ୍ଧ ମହିଳାଙ୍କୁ ମଧ୍ୟ ଅକ୍ଟୋବର ୭ରେ ଅପହରଣ କରାଯାଇଥିଲା। ମୃତ ମହିଳାଙ୍କ ନାମ ୟେହୁଦ ୱିସ (୬୫ ବର୍ଷ) ବୋଲି ଜଣାପଡିଛି। ଇସ୍ରାଏଲ ସେନା କହିଛି ଯେ ହମାସ ୱିସଙ୍କ ସ୍ବାମୀଙ୍କୁ ହତ୍ୟା କରି ଅକ୍ଟୋବର ୭ ରେ ତାଙ୍କୁ ଅପହରଣ କରିଥିଲା।

Share