Advertisement

ଜନ୍ମମାଟିରେ ପହଞ୍ଚିଲା ଶହୀଦ ଯବାନଙ୍କ ମୃତଦେହ

କୁଆଁରମୁଣ୍ଡା,୨୫।୧୨(ମହେନ୍ଦ୍ର କୁମାର ସାହୁ): ବଡ଼ଦିନ ପାଇଁ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଚର୍ଚ୍ଚରେ ଉତ୍ସବର ମାହୋଲ ଥିବା ବେଳେ ଜଣେ ଯବାନଙ୍କ ପାର୍ଥିବ ଶରୀର ଜନ୍ମ ମାଟି କୁଆଁରମୁଣ୍ଡା ବ୍ଲକ ଅଧୀନ ଜୟଡେଗା ପଞ୍ଚାୟତ ଗିର୍ଜାଟୋଲି ଗାଁରେ ପହଞ୍ଚିଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ଯବାନ ହେଉଛନ୍ତି ଜନ୍‌ କିସପୋଟା(୪୮)। ସେ ୨୯ ବର୍ଷ ଧରି ଭାରତୀୟ ସେନାବାହିନୀର ୨୮ ବାଟାଲିୟନ ଆସାମ ରାଇଫଲର ଯବାନ ଭାବେ କାର୍ଯ୍ୟ କରିଥିଲେ। ସେ କାର୍ଯ୍ୟରତ ଥିବା ସମୟରେ ହଠାତ୍‌ ଅସୁସ୍ଥ ହୋଇପଡି ତାଙ୍କର ମୃତ୍ୟୁ ଘଟିଥିଲା।

ପାର୍ଥିବ ଶରୀର ସୋମବାର ଜନ୍ମ ମାଟିରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏହି ଅବସରରେ ଉପସ୍ଥିତି ଅଧିକାରୀ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ। ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ବୀରମିତ୍ରପୁର ଏସ୍‌ଡିପିଓ ସୁଶାନ୍ତ ଦାସ, କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଅଭୟ ମହାପାତ୍ର, ରାଜଗଙ୍ଗପୁର ଏସ୍‌ଡିପିଓ ପ୍ରମୁଖଙ୍କ ସହ ଜୟଡେଗା ସରପଞ୍ଚ, ବିଜେଡି ବ୍ଲକ ସଭାପତି ତଥା କୁଆଁରମୁଣ୍ଡା ସରପଞ୍ଚ ରାଜେଶ ହାସଦା, ଭାଜପା ନେତା ଶଙ୍କର ପୂଜାରୀଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share