ମିଳିଲା ନିଖୋଜ କାଉଡିଆଙ୍କ ଶବ

ଖଇରା,୮।୮(ଉତ୍କଳବନ୍ଧୁ ପଣ୍ଡା) ବାଲେଶ୍ୱର ଜିଲା ସାନଜୟୀପୁର ଗ୍ରାମର ଶୈବପୀଠରେ ଜଳାଲାଗି କରିବାକୁ ସାଳନ୍ଦୀକୁ ପାଣି ଆଣିବାକୁ ଯାଇ ୨କାଉଡିଆ ନିଖୋଜ ହୋଇଯାଇଥିଲେ। ତେବେ ମଙ୍ଗଳବାର ସକାଳେ ଦୁହିଁଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ା ନିଖୋଜର ୨୨ ଘଣ୍ଟା ପରେ ମୃତଦେହ ଠାବ କରିବାରେ ଓଡ୍ରାଫ ଟିମ ସଫଳ ହୋଇଛି ା ମୃତକ ଦୁଇଜଣ ହେଲେ ସାନଜୟୀପୁର ଗ୍ରାମର ରାଜେନ୍ଦ୍ର ସାହୁ(୧୯)ଓ ସୁବ୍ରତ କୁମାର ମହାକୁଡ(୨୨)। ଆଶ୍ଚର୍ଯ୍ୟର କଥା ଏହିକି ଯେ ସେମାନେ ଯେଉଁ ସ୍ଥାନରେ ବୁଡି ଯାଇଥିଲେ ମୃତଦେହକୁ ସେହି ସ୍ଥାନରେ ହିଁ ଭାସିବା ପରେ ଉଦ୍ଧାର କରାଯାଇଛି ା ଶୋକାକୁଳ ପରିବେଶରେ ସେମାନଙ୍କର ମୃତଦେହକୁ ଗ୍ରାମକୁ ନିଆଯାଉଛି ା ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ା