କେନ୍ଦୁଝର,୨୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଅଧୀନ ଅଞ୍ଜର୍ ଗ୍ରାମର ଏକ ବନ୍ଦ ଘରୁ ଏକ ଠିକାସଂସ୍ଥାରେ କାମ କରୁଥିବା ଜଣେ ସୁପରଭାଇଜରଙ୍କ ମୃତଦେହ ପୋଲିସ ରବିବାର ଜବତ କରିଛି। ପରିଚୟ ଜଣାପଡ଼ି ନ ଥିବା ବେଳେ ତାଙ୍କ ଘର ହରିୟାଣା ରାଜ୍ୟରେ ବୋଲି ସୂଚନା ମିଳିଛି। ସେ ଏକ କମ୍ପାନୀର ପାଣି ପାଇପ୍ ବିଛା କାମରେ ନିୟୋଜିତ ଥିଲେ। ହେଲେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଏକ ମୋବାଇଲ ଫୋନ୍ ଜବତ କରି ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା ଚଳାଇଛି। ପରିବାର ଲୋକେ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି। ଏନେଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।