ମିଳିଲା ନିଖୋଜ ଯୁବକଙ୍କ ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କେସିଙ୍ଗା,୨୦।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ପଥର୍ଲ ଗ୍ରାମ ପଞ୍ଚାୟତ ଅଧୀନ ମାଲପଡ଼ା-ପଥର୍ଲା ତିନିଛକଠାରୁ ଗୁରୁବାର ଗଳାରେ ରଶିବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ପଥର୍ଲl ଗ୍ରାମ କଲୋନୀପଡ଼ାର କିଷାନ ବାଗ(୨୫)। ଅନ୍ୟପକ୍ଷେ ଘଟଣାସ୍ଥଳରୁ ପୋଲିସ ରଶି ସହ ଏକ ମଦ ବୋତଲ ଏବଂ ଛୁରୀ ଜବତ କରିଛି।

ମିଳିଥିବା ସୂଚନା ମୁତାବକ, କିଷାନ ୧୮ ତାରିଖ ସକାଳେ ଭଉଣୀ ଘରକୁ ଯାଉଛି କହି ଘରୁ ବାହାରି ଥିଲେ। ହେଲେ ପରବର୍ତ୍ତୀ ସମୟରେ ତାଙ୍କର ମୋବାଇଲ ଫୋନ ସୁଇଚଅଫ୍‌ ଥିବା ସହ ଘରକୁ ଆଉ ଫେରି ନ ଥିଲେ। ହେଲେ ଗୁରୁବାର ତିନିଛକରେ କିଷାନଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରି କେସିଙ୍ଗା ଆଦର୍ଶ ଥାନାକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଥିସହ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷେ କିଷାନଙ୍କୁ ଯୋଜନାମୁତାବକ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼

ଭଦ୍ରକ,୫।୧୧: ଭଦ୍ରକ-ବାଉଦପୁର ସେକ୍ସନ ଟ୍ରେନ୍‌ ଲାଇନ୍‌ ମଝିରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ୍‌ ଉପରକୁ କେତେକ ଦୁର୍ବୃତ୍ତ ଟ୍ରେନ ଉପରକୁ ୨...

କାର-ସ୍କୁଟି ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କ ଜୀବନ

ଭୋଗରାଇ,୫।୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଜଳେଶର-ଚନ୍ଦନେଶର ୫୭ ନମ୍ବର ରାଜ୍ୟ ରାଜପଥ କମର୍ଦ୍ଦା ଥାନା ଛଣପୋଖରୀଠାରେ ଆଜି ସ୍କୁଟି, କାର ମୁହାଁମୁହିଁ ଧକ୍କା ହେଇଛି। ଘଟଣାସ୍ଥଳରେ...

ଉଦୟପୁର ବେଳାଭୂମିରେ ଲାଗିଲା ଏଭଳି ଯନ୍ତ୍ର, ଦେଖିଲେ…

ଭୋଗରାଇ,୫ ।୧୧ ( ପ୍ରଦୀପ ଦାସ ): ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଉଦୟପୁର ସମୁଦ୍ରକୂଳରେ ସୋମବାର ଜାହାଜର ଦିଗ ନିର୍ଣ୍ଣୟ ଯନ୍ତ୍ର(...

ନୂତନ ଡେଲି ମାର୍କେଟର ଶିଳାନ୍ୟାସ: ଉପକୃତ ହେବେ ୫ ଶହରୁ ଅଧିକ ବ୍ୟବସାୟୀ

ଭବାନୀପାଟଣା,୪ା୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକା ପକ୍ଷରୁ ସୋମବାର ସ୍ଥାନୀୟ ୨୦ ନଂ ୱାର୍ଡରେ ନୂତନ ଡେଲି (ଦୈନିକ) ମାର୍କେଟର ଶିଳାନ୍ୟାସ କରାଯାଇଛି। ଏଥିପାଇଁ...

ଓଡ଼ିଶା ବନ ଓ ପରିବେଶ ବିଭାଗ ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ୩ ସ୍ବର୍ଣ୍ଣ ପଦକ ହାସଲକାରୀ ସମ୍ମାନିତ

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଅମଲା ଭବନଠାରେ ରବିବାର ଓଡିଶା ବନ ଓ ପରିବେଶ ବିଭାଗ ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି।...

ବହୁତ ହୋଇଗଲା ଏଥର ଛାଡ଼ିବାନି: କାହିଁକି ଏମିତି କହିଲେ ପୁରୀ ଗଜପତି ମହାରାଜା

ପୁରୀ,୫।୧୧:ଆସନ୍ତା ୯ରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ...

କୂଅରେ ପଡ଼ିଥିଲା ହାତୀ: ମାଈ ହାତୀକୁ ଘଉଡାଇ ଉଦ୍ଧାର କଲା ବନ ବିଭଗ

ଦେବଗଡ,୫।୧୧(ଶଶାଙ୍କ ଶେଖର ଝାଙ୍କର): କୂଅରେ ପଡ଼ିଥିବା ହାତୀ ଶାବକକୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହେଲା ବନ ବିଭଗ। ଦେବଗଡ଼ ବନଖଣ୍ଡ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ...

ମାତିଛନ୍ତି ସାଇବର ଲୁଟେରା: ପରୀକ୍ଷାରେ ପାସ କରାଇବା ପାଇଁ ଅଭିଭାବକଙ୍କୁ ଆସୁଛି ମିଥ୍ୟା କଲ୍‌

ରାଇକିଆ,୫।୧୧(ପ୍ରଦୀପ ବେହେରା):ସାଇବର ଲୁଟେରାଙ୍କ ସକ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି। ଲୋକଙ୍କଠାରୁ ବିଭିନ୍ନ ଉପାୟରେ ଅର୍ଥ ଲୁଟ ପାଇଁ ଉଦ୍ୟମ କରୁଛନ୍ତି। ସୋମବାର ରାଇକିଆ ଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri