Advertisement

କେନାଲ ଆଡ଼ିରେ ପଡ଼ିଛି ଅଜଣା ମହିଳାଙ୍କ ମୃତଦେହ

ମୋରଡ଼ା,୧୭ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ହଳଦୀପାଳ ପଞ୍ଚାୟତର ଚିତ୍ରଡ଼ା ଫାଣ୍ଡି ପଛ ପଟ ଜଙ୍ଗଲ ନିକଟ ଦେଇ ଯାଇଥିବା ସୁବର୍ଣ୍ଣରେଖା କେନାଲ ଆଡ଼ିରେ ଜଣେ ଅଜଣା ମହିଳାଙ୍କ ଗଳିତ ମୃତଦେହ ପଡ଼ି ରହିଥିବାର ଦେଖିବାକୁ ମିଳିଛ। ସୂଚନା ମୁତାବକ, ଆଜି ସକାଳ ସାତଟା ସମୟରେ ସ୍ଥାନୀୟ ଲୋକେ ଉକ୍ତ ମୃତଦେହକୁ ଦେଖି ଚିତ୍ରଡ଼ା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ମୋରଡ଼ା ଥାନା ଅଧିକାରୀ ସୁମିତ କୁମାର ସୋରେନ ଏବଂ ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel