ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜଧାନୀରେ ପୁଣି ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳେଶୀବିହାରସ୍ଥିତ ଭଡାଘରୁ ମହିଳାଙ୍କ ଝଲନ୍ତା ଅବସ୍ଥାରେ ମୃତଦେହ ମିଳିଛି। ସେ ହେଉଛନ୍ତି ପ୍ରିୟଙ୍କା ରାୟ ସାମନ୍ତ। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ, ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପ୍ରକାଶ ଯେ, ପ୍ରିୟଙ୍କାଙ୍କ ଘର ଖୋର୍ଦ୍ଧା ଜିଲା ବୋଲି ଜଣାପଡିଛି। ସେ ତାଙ୍କ ସ୍ବାମୀ ଓ ଦୁଇ ଛୁଆଙ୍କ ସହ ରହୁଥିଲେ ।