ପୁରୀ ଅଫିସ,୨୯।୯: ପୁରୀରୁ ଏକ ହୋଟେଲ୍ରୁ ଗୁରୁବାର ଜଣେ ମହିଳାଙ୍କ ମୃତଦେହ ଜବତ କରାଯାଇଛି। ମୃତା ମହିଳା ଜଣଙ୍କ ହେଲେ ଐଶ୍ୱର୍ଯ୍ୟା ସାହାନାବାଗ। ସେ ଏକ କନଫରେନ୍ସରେ ଯୋଗ ଦେବା ପାଇଁ ବୁଧବାର ତାଙ୍କ କମ୍ପାନୀ କର୍ମଚାରୀଙ୍କ ସହ ପୁରୀ ଆସିଥିଲେ। ରାତିରେ ହୋଟେଲ ମେ ଫେୟାର ୱେଭସ ରୁମ ନମ୍ବର ୧୧୧୧ରେ ଚେକଇନ୍ କରିଥିଲେ। ପରେ ସେ କାହାରି କଲ ରିସିଭ ନ କରିବା ସହ କବାଟ ନ ଖୋଲିବାରୁ ସନ୍ଦେହ ହୋଇଥିଲା। ତାଙ୍କ ସ୍ବାମୀ ତାଙ୍କର ଏକ କର୍ମଚାରୀଙ୍କୁ ଫୋନ କରି ଦେଖିବା ପାଇଁ କହିଥିଲେ। ରୁମ ଖୋଲାଯିବା ପରେ ଐଶ୍ୱର୍ଯ୍ୟା ଆତ୍ମହତ୍ୟା କରିଥିବା ଜଣାପଡିଥିଲା। ଖବରପାଇ ଘଟଣାସ୍ଥଳରେ ସମୁଦ୍ର କୂଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ପରିବାର ଲୋକ ପହଞ୍ଚି ନ ଥିବାରୁ ମୃତଦେହ ବ୍ୟବଚ୍ଛେ ପାଇଁ ପଠାଯାଇ ନାହିଁ।