ମିଳିଲା ଦଳିତ ଯୁବକଙ୍କ ମୃତଦେହ: ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ

ନିଶ୍ଚିନ୍ତକୋଇଲି,୨୮।୧୧(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ବାବୁଜଙ୍ଘ ଭୂୟାଁ ସାହି ଏକ କୁକୁଡ଼ା ଫାର୍ମ ନିକଟରୁ ମଙ୍ଗଳବାର ଜଣେ ଦଳିତ ଯୁବକଙ୍କ ମୃତଦେହ ମିଳିଛି। ହେଲେ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛି। ମୃତକ ହେଲେ କିଶନନଗର ଥାନା ଅଧୀନ ବାବୁଜୁଙ୍ଗ ଗ୍ରାମର ଲଷ୍ମୀଧର ବେହେରାଙ୍କ ପୁତ୍ର ପିନା ବେହେରା(୨୮)। ପିନା ମଙ୍ଗୁଳି ସ୍ଥିତ ଏକ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିଲେ।

ସେ କାମ ସାରି ଘରକୁ ଫେରିଥିଲେ। ହେଲେ ମଙ୍ଗଳବାର ସକାଳେ କୁକୁଡ଼ା ଫାର୍ମ ନିକଟରେ ପିନାଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପିନାଙ୍କ ପାଟି ଏବଂ ନାକରୁ ରକ୍ତ ବୋହୁ ଥିବା ଦେଖିବାକୁ ମିଳିଛି। ଏନେଇ ପିନାକୁ କେହି ହତ୍ୟା କରି ପରବର୍ତ୍ତୀ ସମୟରେ ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share