ଖଣ୍ଡଗିରି ପାହାଡ଼ ତଳୁ ମଳିଲା  ସ୍ଫୋର୍ଟ୍ସ  ଡ୍ରେସ୍‌ ପିନ୍ଧା ଯୁବକଙ୍କ ମୃତଦେହ : ସନ୍ଦେହ ଘେରରେ…

ଭୁବନେଶ୍ୱର,୧୧।୧୦: ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ପାହାଡ଼ ତଳୁ ଜଣେ ଯୁବକଙ୍କ ମୃତଦେହ ମିଳିଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଯୁବକଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ଜଣଙ୍କ  ସ୍ଫୋର୍ଟ୍ସ  ଡ୍ରେସ୍‌ରେ ଥିଲେ।
ସକାଳେ ଯୁବକଙ୍କ ମୃତଦେହ ଖଣ୍ଡଗିରି ପାହାଡ଼ ତଳେ  ପଡ଼ିଥିବା କିଛି ଯୁବକ ଦେଖିବାକୁ ପାଇଥିଲେ। ପରେ ସେମାନେ  ପୋଲିସକୁ ଜଣାଇଥିଲେ। ପୋଲିସ ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ତେବେ ଏହା ହତ୍ୟା ନା ଆଉ କିଛି  ଜଣାପଡ଼ି ନାହିଁ। ତେବେ ଯୁବକଙ୍କୁ କିଏ ଓ କାହିଁକି ହତ୍ୟା କରିଛି  ସେ ନେଇ  ଖୋଳତାଡ଼ ଚାଲିଛି। ଆଖପାଖରେ ଲାଗିଥିବା ସିସିଟିଭି ଯାଞ୍ଚ ଚାଲିଛି।