
ଭବାନୀପାଟଣା,୨୬ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂହଝରନ ନିକଟ ରେଳ ଧାରଣାରୁ ବୁଧବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତକ ହେଲେ ସ୍ଥାନୀୟ ଦାଦପୁର ଗ୍ରାମର ଜଗମୋହନ ଜାନୀ (୨୩)। ସକାଳୁ ଯୁବକଙ୍କ ମୃତଦେହ ପଡିଥିବା ଦେଖି ଗ୍ରାମବାସୀ ସଦର ଥାନାକୁ ଖବର ଦେଇଥିଲେ। ତେବେ ରେଳ ଧାରଣା ଉପରେ ମୃତଦେହ ପଡ଼ିଥିବାରୁ ଏହି ମାମଲା ରେଳବାଇ ପୋଲିସ ତଦନ୍ତ କରୁଥିବା ନେଇ ସଦର ପୋଲିସ ସୂଚନା ଦେଇଛି। ରେଳ ଧାରଣା ଉପରେ ଯୁବକଙ୍କ ଶରୀର ଗୋଟିଏ ପାର୍ଶ୍ୱରେ ଓ ମୁଣ୍ଡ ଅଲଗା ପାର୍ଶ୍ୱରେ ପଡିଥିବା ଦେଖିବାକୁ ମିଳିଛି। ତେଣୁ ଏହା ଆତ୍ମହତ୍ୟା କିମ୍ବା ହତ୍ୟା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।