ରେଳଧାରଣାରୁ ଯୁବକଙ୍କ ମୃତଦେହ ଜବତ

ବ୍ରହ୍ମପୁର,୧୧ା୭(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ(ଜିଆରପି) ମଙ୍ଗଳବାର ସକାଳେ ଆଙ୍କୁଲି ଝାମି ମନ୍ଦିର ନିକଟ ଦେଇ ଯାଇଥିବା ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇପାରି ନଥିବା ବେଳେ ବୟସ ଆନୁମାନିକ ୨୫ରୁ ୩୦ବର୍ଷ ମଧ୍ୟରେ ହେବ। ଯୁବକଙ୍କ ମୁଣ୍ଡଟି ବେକରୁ ଅଲଗା ହୋଇଯାଇଥିବାରୁ ସେ କୌଣସି କାରଣରୁ ରେଳଧାରଣାରେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଏ ନେଇ ୫୭/୨୩ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହ ସଂରକ୍ଷଣ ଗୃହରେ ରଖାଯାଇଛି।

Share