ଜାନବିଲି ଆନିକଟରୁ ବ୍ୟକ୍ତିଙ୍କ ମୃତଦେହ ଜବତ

ଧରାକୋଟ,୨୫ା୯(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ନିକଟସ୍ଥ ଜାନବିଲି ଆନିକଟରୁ ଋଷିକୁଲ୍ୟା ନଦୀରେ ଭାସି ଆସିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସୋମବାର ମଧ୍ୟାହ୍ନରେ ଜବତ କରାଯାଇଛି। ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଋଷିକୁଲ୍ୟା ନଦୀରେ ସୋରଡ଼ା ପଟରୁ ଭାସି ଆସି ଆନିକଟ ଗେଟରେ ଲାଗିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ଧରାକୋଟ ପୋଲିସ ପହଞ୍ଚି ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବିଭାଗ ତରଫରୁ ନଦୀ ଭିତରୁ ମୃତଦେହକୁ ବାହାର କରାଯାଇଥିଲା। ଦୁଇ ତିନି ଦିନ ତଳର ମୃତଦେହକୁ ଧରାକୋଟ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ନଂ.୫/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।