ବ୍ରହ୍ମପୁର ଅଫିସ,୭।୮: ବ୍ରହ୍ମପୁର ରେଳବାଇ ପୋଲିସ ହଳଦିଆପଦର ଓଭରବ୍ରିଜ ଦେଇ ଯାଇଥିବା ରେଳଧାରଣାରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ହେଲେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଯୁବକଙ୍କ ବୟସ ୩୫ ମଧ୍ୟରେ ହେବ ବୋଲି ପୋଲିସ ଅନୁମାନ କରୁଛି। ଏନେଇ ଜିଆର୍ପି ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୫୮/୨୨) ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ଶବ ସଂରକ୍ଷଣ ଗୃହରେ ରଖିଛି। ଟ୍ରେନରୁ ଖସିପଡି ଯୁବକଙ୍କ ମୃତ୍ୟୁ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ ପ୍ରକାଶ କରିଛି। ରେଳଧାରଣାରେ ଏକ ମୃତଦେହ ପଡ଼ିଥିବା ନେଇ ଜିଆର୍ପି ପୋଲିସକୁ ଖବର ମିଳିଥିଲା। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା।