କାଜାକସ୍ତାନର ବଡିବିଲ୍ଡର ୟୁରୀ ଟୋଲୋସ୍କୋ ନିକଟରେ ବିବାହ କହିଛନ୍ତି। ମାତ୍ର ଆଶ୍ଚର୍ଯ୍ୟର କଥା ହେଲା ସେ ଯାହାକୁ ବିବାହ କରିଛନ୍ତି ତାହା ଏକ କଣ୍ଢେଇ। ଏ ନେଇ ୟୁରୀ ନିଜ ବିବାହର ଭିଡିଓ ଏବଂ କିଛି ଫଟୋ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ୟୁରୀଙ୍କ ଏହି କଣ୍ଢେଇର ନାମ ମାର୍ଗୋ। ୧ ବର୍ଷ ପୂର୍ବେ ସେ ମାଗୋକୁ ବିବାହ ପ୍ରସ୍ତାବ ଦେଇଥିଲେ। ତେବେ ସେ ମାର୍ଗୋକୁ ଗତ ମାର୍ଚ୍ଚ ମାସରେ ବିବାହ କରିବାକୁ ସ୍ଥିର କରିଥିଲେ। ମାତ୍ର କରୋନା ସଂକ୍ରମଣ ଏବଂ ଲକ୍ଡାଉନ୍ ପାଇଁ ଏହି ବିବାହ ହୋଇପାରି ନ ଥିଲା। ହେଲେ ଏବେ ୟୁରୀ ମାର୍ଗୋକୁ ବିବାହ କରିସାରିଥିବା ଇନ୍ଷ୍ଟାଗ୍ରାମ୍ରେ ଜଣାପଡ଼ିଛି। ୟୁରୀ ସବୁବେଳେ ମାର୍ଗୋ ସହ ମଧ୍ୟାନ ଭୋଜନ ଏବଂ ରାତି ଭୋଜନ କରିଥାନ୍ତି। ମାର୍ମୋ ସହ ସେ ସବୁବେଳେ ଜିମ୍ ଯାଇଥାନ୍ତି, ଯୋଗ ମଧ୍ୟ କରିଥାନ୍ତି। ସେମାନେ ଘରର ସମସ୍ତ କାମ ଏକାଠି କରିଥାନ୍ତି।
ଏ ନେଇ ୟୁରୀ କୁହନ୍ତି, ପ୍ରଥମ ଥର ପାଇଁ ଯେତେବେଳେ ସେ ୟୁରୀର ଫଟୋ ନିଜ ଲୋକଙ୍କୁ ଦେଖାଇଥିଲେ ସେମାନେ ରାଗିଯାଇଥିଲେ। ପରେ ସେ ୟୁରୀ ମାର୍ଗୋଙ୍କର ପ୍ଲାଷ୍ଟିକ ସର୍ଜରୀ କରାଇଥିଲେ। ମାର୍ଗୋଙ୍କ ସହ ଏବେ ସେ ବହୁତ ଖୁସିରେ ଥିବା କହିଛନ୍ତି।