ପାଣିରେ ଜରୁରୀ ଅବତରଣ କଲା ବିମାନ

ନ୍ୟୁୟର୍କ,୨।୭: ଦୁଇ କ୍ରୁ ମେମ୍ବରକୁ ନେଇ ଉଡାଣ ଆରମ୍ଭ କରିଥିବା ଏକ ବୋଇଂ ୭୩୭ କାଗ୍ରୋ ବିମାନ ଶୁକ୍ରବାର ସକାଳେ ହୋନୋଲୁଲୁ ପାଣିରେ ଜରୁରୀକାଳିନ ଅବତରଣ କରିଛି। ବିମାନର ଇଞ୍ଜିନରେ ତ୍ରୁଟି ଦେଖା ଦେବାରୁ ପାଇଲଟଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଲା ବୋଲି ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ ପକ୍ଷରୁ କୁହାଯାଇଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିମାନର ଦୁଇ ପାଇଲଟଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଗୁରୁତର ହୋଇପଡ଼ିଥିଲା। ହୋନୋଲୁଲୁରୁ କାହୁଲୁଇ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା ଟ୍ରାନ୍ସସେର ଫ୍ଲାଇଟ ୮୧୦। ହୋନୋଲୁଲୁକୁ ଫେରିବାକୁ ଉଦ୍ୟମ କରୁଥିବାବେଳେ ବିମାନକୁ ଅପରାହ୍ନ ପ୍ରାୟ ୧ଟା ୩୦ରେ ପାଣିରେ ଅବତରଣ କରିବାକୁ ପଡ଼ିଥିଲା ବୋଲି ଏଫ୍‌ଏଏ ପ୍ରବକ୍ତା କହିଛନ୍ତି।

Share