ବିଓଆଇର ମିନି ଆର୍‌ବିସି ଉଦ୍‌ଘାଟିତ

ଭୁବନେଶ୍ୱର,୧୭।୬: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଏକ ମିନି-ଆର୍‌ବିସି ନିକଟରେ କଟକର କଲେଜ ସ୍କୋୟାର ଶାଖାଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏନ୍‌ବିଜି ଓଡ଼ିଶାର ମହାପ୍ରବନ୍ଧକ ବିକ୍ରମ କେଶରୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଓଆଇ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ଏସ୍‌.ମଳୟ ଦାସ, ଉପ ଆଞ୍ଚଳିକ ପ୍ରବନ୍ଧକ ଅଶୋକ କୁମାର ଜେନା, ମିନି ଆର୍‌ବିସିର ବରିଷ୍ଠ ପ୍ରବନ୍ଧକ ରମେଶ ଚନ୍ଦ୍ର ମହାରଣା, ଆଞ୍ଚଳିକ କାର୍ଯ୍ୟାଳୟର ମାର୍କେଟିଂ ଅଧିକାରୀଙ୍କ ସମେତ ବିଭିନ୍ନ ଶାଖାର ଶାଖା ମୁଖ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଉକ୍ତ ମିନି ଆର୍‌ବିସି ଜରିଆରେ ରିଟେଲ ଗ୍ରାହକମାନଙ୍କୁ ସେମାନଙ୍କର ଆବଶ୍ୟକତାର ବିତ୍ତୀୟ ସମାଧାନ ଅଭିଜ୍ଞ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଦାନ କରାଯିବା ସହିତ କଟକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାର ୨୬ଟି ଶାଖାରେ ଗୃହଋଣ, ଗାଡ଼ି ଋଣ, ଶିକ୍ଷାଋଣ, ବ୍ୟକ୍ତିଗତ ଋଣ ଓ ବନ୍ଧକ ଋଣ ଆଦି ପ୍ରଦାନ କରାଯାଇପାରିବ। ସେହିଭଳି ଏହା ଜରିଆରେ ରିଟେଲ ଋଣ ପ୍ରଦାନକରି ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବାକୁ ବିଓଆଇ ପ୍ରତିଶ୍ରୁତିବଦ୍ଧ ରହିଛି। ସେହିପରି ବିଓଆଇର ରିଟେଲ ଗ୍ରାହକ ଏବଂ ସର୍ବସାଧାରଣ ଏହି ନୂତନ ମିନି ଆର୍‌ବିସିକୁ ଆସିବା ସହିତ ରିଟେଲ ସେଗ୍‌ମେଣ୍ଟର ଅଭିବୃଦ୍ଧିରେ ଅଂଶଗ୍ରହଣ କରିବାକୁ ବ୍ୟାଙ୍କ ପକ୍ଷରୁ ଉସତ୍ାହିତ କରାଯାଉଛି।

Share