Categories: ବାଣିଜ୍ୟ

ବିଓଆଇର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୩୦।୭: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଓଆଇର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ପ୍ରଥମ ତ୍ରୈମାସିକରେ ବ୍ୟାଙ୍କ ୧୭୬% ଅଭିବୃଦ୍ଧି ହାର ହାସଲକରି ୧,୫୫୧ କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ କରିଥିବା ବେଳେ ବ୍ୟାଙ୍କର ନେଟ୍‌ ଲାଭ ପୂର୍ବ ଆର୍ଥିକ ବର୍ଷର ସାମନ ଅବଧିରେ ୫୬୧କୋଟି ଟଙ୍କା ରହିଥିଲା ବୋଲି ବ୍ୟାଙ୍କ ପକ୍ଷରୁ ବିସ୍ତୃତ ଭାବେ କୁହାଯାଇଛି। ସେହିଭଳି ବ୍ୟାଙ୍କର ପରିଚାଳନାଗତ ଲାଭର ପରିମାଣ ୭୨%କୁ ବୃଦ୍ଧି ପାଇ ୩, ୭୫୨କୋଟି ଟଙ୍କାରେ ପହଞ୍ଚତ୍ଛି, ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ୨, ୧୮୩ କୋଟି ଟଙ୍କା ଥିଲା। ବିଶେଷକରି ବ୍ୟାଙ୍କର ଗ୍ରସ୍‌ ଏନ୍‌ପିଏରେ ୨୬୩ ବିପିଏସ୍‌ ହ୍ରାସ ପାଇଛି ଏବଂ ବ୍ୟାଙ୍କର ନେଟ୍‌ ଏନ୍‌ପିଏ ୫୬ ବିପିଏସ୍‌ ହ୍ରାସ ପାଇଛି। ବ୍ୟାଙ୍କର ପ୍ରୋଭିଜନ୍‌ କଭରେଜ ରେସିଓ (ପିସିଆର୍‌)ରେ ମଧ୍ୟ ୧୫୬ ବିପିଏସ୍‌ ବୃଦ୍ଧି ଘଟିଛି। ସେହିପରି ବ୍ୟାଙ୍କର ଗ୍ଲୋବାଲ ବିଜ୍‌ନେସ୍‌ ୮.୬୧% ବୃଦ୍ଧି ପାଇ ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକରେ ପହଞ୍ଚତ୍ଛି, ବ୍ୟାଙ୍କର ଗ୍ଲୋବାଲ ଡିପୋଜିଟ୍‌ରେ ୮.୭୧% ବୃଦ୍ଧି ଘଟିଛି। ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ୮.୪୮%କୁ ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ବ୍ୟାଙ୍କର ନେଟ୍‌ ସୁଧ ଆୟ ୪୫% ଅଭିବୃଦ୍ଧି ହାରରେ ୫,୯୧୫ କୋଟି ଟଙ୍କାରେ ପହଞ୍ଚତ୍ଛି ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ସମୟରେ ୪,୦୭୨ କୋଟି ଟଙ୍କା ରହିଥିଲା ଏବଂ ବ୍ୟାଙ୍କର ଅଣ ସୁଧ ଆୟରେ ୨୭% ବୃଦ୍ଧି ଘଟି ଏହା ୧,୪୬୨ କୋଟି ଟଙ୍କାରେ ପହଞ୍ଚତ୍ଛି, ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ସମୟରେ ୧,୧୫୨ କୋଟି ଟଙ୍କା ରହିଥିଲା। ବ୍ୟାଙ୍କର ଘରୋଇ ଡିପୋଜିଟ୍‌ରେ ୭.୯୮% ବୃଦ୍ଧି ଘଟି ୫,୫୯,୫୧୭ କୋଟି ଟଙ୍କାରେ ପହଞ୍ଚତ୍ଛି। ବ୍ୟାଙ୍କର ଘରୋଇ କାସା ଡିପୋଜିଟ୍‌ ୭.୫୬% ବୃଦ୍ଧି ହାରରେ ୨,୬୦,୬୧୫ କୋଟି ଟଙ୍କାରେ ପହଞ୍ଚତ୍ବା ସହ କାସା ଡିପୋଜିଟ୍‌ ୪୪.୫୨%ରେ ରହିଛି।

Share