ମଟନ ଦର ସହ ସମାନ ଫୁଟୁକୁଲି ଛତୁ, ଶ୍ରାବଣ କଢ଼

ଖଜୁରିପଡ଼ା,୨୩।୮(ବିଦୁର ବେହେରା): ବର୍ଷକୁ ବାର ମାସରେ ପ୍ରକୃତିଠାରୁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ପାଉ। ବର୍ଷା ଋତୁରେ ବିଭିନ୍ନ ପ୍ରକାରର ଛତୁ ବଣ ଜଙ୍ଗଲରୁ ମିଳେ। ସାରାବିଶ୍ୱରେ ପ୍ରାୟ ୪୦୦ପ୍ରକାର ଛତୁ ଦେଖାଯାଏ। ତନ୍ମଧ୍ୟରୁ ଅନ୍ୟୁନ ୨୦୦ପ୍ରଜାତିର ଛତୁ ଅଧୁନା ଅବଲୁପ୍ତ ପ୍ରାୟ। ଛତୁ ମଧ୍ୟରେ, ପୁଟୁ କୁଲି ଛତୁ,ବାଲି ଛତୁ, ଶ୍ରାବଣ କଢ଼ ଛତୁ, ନାଡ ଛତୁ, ହୁଙ୍କା ଛତୁ, ପାଳ ଛତୁ, ଖୁଦ ଛତୁ ବେଶ ଆଦର ରହିଛି। ବର୍ଷା ହେଲେ ଗ୍ରାମର ଲୋକମାନେ ସକାଳୁ ପଡ଼ିଆ, ବଣ, ଜଙ୍ଗଲ ଓ ବିଲ ମାଳ ଅଞ୍ଚଳରେ ଛତୁ ସଂଗ୍ରହ କରନ୍ତି। ତାପରେ ବଜାରରେ ବିକ୍ରି କରି ଦୁଇ ପଇସା ରୋଜଗାର କରନ୍ତି। ଜଳ ବାୟୁ ପରିବର୍ତ୍ତନ ସହିତ ରାସାୟନିକ ସାର ବ୍ୟବହାର ଯୋଗୁ ଅଧିକାଂଶ ଛତୁ ଏବେ ଦେଖିବାକୁ ମିଳୁନାହିଁ। ତେଣୁ ଛତୁ ଚଢା ଦରରେ ବିକ୍ରି ହୁଏ। ମଟନ ଦର ସହ ସମାନ କନ୍ଧମାଳର ଫୁଟୁକୁଲି ଛତୁ ଏବଂ ଶ୍ରାବଣ କଢ଼ ଛତୁ। ବଜାରରେ ଏକ କିଲୋ ମାଟିଛତୁର ଦର ୬୦୦ରୁ ୬୫୦ ଟଙ୍କା ରହିଥିବା ବେଳେ ଶ୍ରାବଣ କଢ଼ ଛତୁ ୧୦୦୦ ରୁ ୧୨୦୦ ଟଙ୍କା ରହିଛି। ଖଜୁରିପଡ଼ା ବ୍ଲକର ସୁଡ୍ରୁକୁମ୍ପା, ସୁଡ୍ରେଜୁ, ବିଲାବାଡ଼ି, କାକେନ୍ଦ୍ରି, ଅଞ୍ଚଳରୁ ଏବଂ ଫିରିଙ୍ଗିଆ ବ୍ଲକର ଫିରିଙ୍ଗିଆ ବାଲନ୍ଦପଡ଼ା ଓ ଗୋଛପଡ଼ା,ଲୁଇସିଂ, ଫୁଲବାଣୀ ବ୍ଲକ୍‌ର କଳା ବାଘ ଜାମୁଝରି ଆଦି ପାହାଡ଼ିଆ ଅଞ୍ଚଳରେ ବିଭିନ୍ନ କିସମର ଛତୁ ମିଳିଥାଏ। ସେଥି ମଧ୍ୟରୁ ଶ୍ରାବଣ କଢ଼, ବାଲି ଛତୁ ଓ ବାଟିଛତୁ ବା ଫୁଟୁକୁଲି ଛତୁ ଭଳି ଅନେକ ଦେଶୀଛତୁ ଦେଖିବାକୁ ମିଳେ। ଏହିସବୁ ପ୍ରାକୃତିକ ପରିବେଶରେ ହିଁ ଫୁଟିଥାଏ। ତେବେ କନ୍ଧମାଳରେ ଏବେ ପାଗ ଅନୁକୂଳ ରହିଥିବାରୁ ଗତ କିଛି ଦିନ ହେବ ବଜାରକୁ ଆସୁଛି ବାଟି ଛତୁ ଏବଂ ଶ୍ରାବଣ କଢ଼ ଛତୁ। ମାଟି ଛତୁର ଅନ୍ୟନାମ ଫୁଟୁକୁଲି ଛତୁ। ମାଟି ସାଲୁବାଲୁ ହୋଇଥିବା ଏହି ଗୋଲ୍‌ ଗୋଲ୍‌ ଛତୁକୁ ପଶ୍ଚିମ ଓଡିଶାରେ ରୁଗୁଡ଼ି ଛତୁ କୁହାଯାଉଥିବା ବେଳେ ମଧ୍ୟଓଡ଼ିଶାରେ ଏହାକୁ ରୁଟକା ଛତୁ କୁହାଯାଏ। ଶ୍ରାବଣରେ ମିଳୁଥିବା ଏହି ସ୍ବାଦିଷ୍ଟ ଛତୁର ବହୁ ଆଦର ରହିଛି। ଗାଁ ଗାଁ ବୁଲି ୩ ରୁ ୪ କିଲୋ ଛତୁ ସଂଗ୍ରହ କରି ବଜାରରେ ବିକ୍ରି କରନ୍ତି ବୋଲି ବ୍ୟବସାୟୀ ରଞ୍ଜିତ ଖଟୁଆରୀ ଏବଂ ରଞ୍ଜନ ଦିଗାଲ କହିଛନ୍ତି। ପୁଟୁ କୁଲି ଛତୁ ଶାଳଗଛ ମୂଳର ଚାରିକଡ଼ରୁ ହିଁ ମିଳିଥାଏ। ସେହିପରି ବର୍ଷା ହେଲେ ଶ୍ରାବଣ କଢ଼ ଛତୁ ଫୁଟେ। କେବଳ ଆଷାଢ଼ ଓ ଶ୍ରାବଣ ଭାଦ୍ରବ ମାସରେ ଛତୁ ମିଳୁଥିବାରୁ ଚଢା ଦରରେ ବିକ୍ରି ହେଲେ ସୁଧା ଗ୍ରାହକମାନେ ଏହାକୁ କିଣି ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଗାଡ଼ି ଧକ୍କାରେ ଭାଙ୍ଗିଲା ରେଳଫାଟକ

ନିରାକାରପୁର, ୨୦।୪(ମାନସ ଚନ୍ଦ୍ର ପଟ୍ଟନାୟକ): ପିକଅପ୍‌ ଭ୍ୟାନ ଧକ୍କାରେ ପୁଣି ରେଳ ଫାଟକ ଭାଙ୍ଗଛି। ରବିବାର ସାଂ ପ୍ରାୟ ସାଢେ ୭ଟା ରେ ଖୋର୍ଦ୍ଧା ଜିଲା...

ଭାଜପାର ସକ୍ରିୟ ସଦସ୍ଯ ସମ୍ମଳନୀ, ଆୟୁଷ୍ମାନ କାର୍ଡ ବଣ୍ଟନ: ଯୋଗ ଦେଲେ ସାଂସଦ

ଜି. ଉଦୟଗିରି,୨୦।୪(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରି ଏନଏସି କଲ୍ଯାଣ ମଣ୍ଡପରେ ଭାଜପା ତରଫରୁ ବିଧାନ ସଭା ମଣ୍ତଳୀ ସ୍ତରୀୟ ସକ୍ରିୟ ସଦସ୍ଯ ସମ୍ମଳନୀ...

ଦାଦନ ଖଟିବାକୁ ଯାଇ ଡଙ୍ଗରିଆ ଯୁବତୀଙ୍କ ମୃତ୍ୟୁ

ରାୟଗଡ଼ା,୨୦।୪(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାର ଆଦିମ ଜନଜାତି ଭାବେ ପରିଚିତ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ନାବାଳିକା ଦାଦନ ଖଟିବାକୁ ଯାଇ ଶନିବାର କେରଳ...

ଠିକାଦାରଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟିଥିଲେ, ତୁମୁଡ଼ିବନ୍ଧ ପୋଲିସ ପଞ୍ଝାରେ ୫ ଜଣିଆ ସଶସ୍ତ୍ର ଡକାୟତ ଗ୍ୟାଙ୍ଗ

ତୁମୁଡିବନ୍ଧ,୨୦।୪(ଦୀପକ କୁମାର ପରାସେଠ)-କନ୍ଧମାଳ ଜଲା ତୁମୁଡିବନ୍ଧ ପୋଲିସ ୫ ଜଣିଆ ଶସସ୍ତ୍ର ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ରାୟଫୁଲସ ବନ୍ଧୁକ, ଗୋଟିଏ...

ମିସ୍ତ୍ରୀ କାମ ଥିଲା ବାହାନା, ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ୨ ଯୁବକ ଗିରଫ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ପଶ୍ଚିମବଙ୍ଗରୁ ଅନେକ ଯୁବକ ଆସି ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ମିସ୍ତ୍ରୀ କାମ କରନ୍ତି। କିନ୍ତୁ ସେମାନଙ୍କମଧ୍ୟରୁ କିଏ ଜୀବନଜୀବିକା ପାଇଁ...

ରାସ୍ତାରେ ଚାଲି ଚାଲି ଯାଉଥିଲେ, ଧକ୍କା ଦେଲା ପର୍ଯ୍ୟଟକ ବସ୍‌

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରରୁପର୍ଯ୍ୟଟକଙ୍କୁ ନେଇ ରବିବାର ଉତ୍ତର ଭାରତ ଅଭିମୁଖେ ଯାଉଥିବା ଏକ ବସ୍‌ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ...

ଖବରଦାତାଙ୍କ ମାତୃ ବିୟୋଗ

ସୁନାବେଡା,୨୦ା୪(କୃତ୍ତିବାସ ପ୍ରଧାନ)-କୋରାପୁଟ ଧରିତ୍ରୀ ଖବରକାଗଜ ଜିଲା ପ୍ରତିନିଧି ଅମିତାଭ ବେହେରାଙ୍କ ମା’ ସୌଦାମିନୀ ବେହେରା(୮୦)ଙ୍କ ରବିବାର ସକାଳ ୭ଟାରେ ଦେହାନ୍ତ ହୋଇଛି। ସେ କିଛିଦିନ ଧରି...

ମୋହନାରେ କାଳବୈଶାଖୀର ତାଣ୍ଡବ: ଉଡିଲା ଛପର, ଉପୁଡ଼ିଲା ବିଶାଳ ଗଛ

ମୋହନା,୨୦।୪: ଗଜପତି ଜିଲା ମୋହନା ବ୍ଲକରେ କାଳବୈଶାଖୀର ତାଣ୍ଡବ। ରବିବାର ଅପରାହ୍ନ ୪ଟାରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆ ପଥର ପଡ଼ିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image