Categories: ବାଣିଜ୍ୟ

ବିଓଆଇର ହିନ୍ଦୀ ମାସ ସମାରୋହ

ଭୁବନେଶ୍ୱର,୧୮।୯: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ହିନ୍ଦୀ ମାସ ସମାରୋହ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ ପକ୍ଷରୁ ସମାଚାର ପାଠ, ଇ-ମେଲ୍‌ ପ୍ରତିଯୋଗିତା, ହିନ୍ଦୀରେ ସର୍ବାଧିକ କାମକାର୍ଯ୍ୟ, ପ୍ରବନ୍ଧ, ଓଡ଼ିଆ-ହିନ୍ଦୀ ସଙ୍ଗୀତ ପ୍ରତିଯୋଗିତା ଏବଂ ସ୍ଲୋଗାନ୍‌ ପ୍ରତିଯୋଗିତା ଆଦିର ଆୟୋଜନ କରାଯାଇଥିଲା। ଏପରିକି ହିନ୍ଦୀ ଭାଷାରେ କାର୍ଯ୍ୟ କରିବା ନିମନ୍ତେ ଏକ ଶପଥ ଗ୍ରହଣ ସମାରୋହର ମଧ୍ୟ ଆୟୋଜନ କରାଯାଇଥିଲା।

ଏଥିସହିତ ହିନ୍ଦୀ ଦିବସ ବାର୍ତ୍ତା ପଠନ କରାଯାଇଥିଲା। ଏହି ଅବସରରେ ମାସ ସାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା। ସେହିଭଳି ବିଓଆଇ ଭୁବନେଶ୍ୱର ଅଞ୍ଚଳର ଉପ- ଆଞ୍ଚଳିକ ପ୍ରବନ୍ଧକ ଅଶୋକ କୁମାର ଜେନା, ସତର୍କତା ବିଭାଗର ସହାୟକ ମହାପ୍ରବନ୍ଧକ ନୀରଜ କୁମାର ଏବଂ ସୁରକ୍ଷା ବିଭାଗର ମୁଖ୍ୟ ପ୍ରବନ୍ଧକ ବେଦ ପ୍ରକାଶ ଓଝାଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ହିନ୍ଦୀ ଆମର ରାଷ୍ଟ୍ର ଭାଷା ଏବଂ ଆମକୁ ଅଧିକରୁ ଅଧିକ କାର୍ଯ୍ୟ ହିନ୍ଦୀରେ କରିବା ଉଚିତ ବୋଲି ଉପ-ଆଞ୍ଚଳିକ ପ୍ରବନ୍ଧକ ଜେନା ପ୍ରକାଶ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ କାର୍ଯ୍ୟାଳୟ, ଆର୍‌ବିସି, ଏସ୍‌ଏମ୍‌ଇ ଏବଂ ସ୍ଥାନୀୟ ଶାଖାର କର୍ମଚାରୀମାନେ ଉପସ୍ଥିତ ଥିଲେ। ପରିଶେଷରେ ରାଜଭାଷାର ବରିଷ୍ଠ ପ୍ରବନ୍ଧକ ସୋନିଆ ସାୱନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Share