ପାଟଣା,୧୫ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଇଁ ଶୁକ୍ରବାର ରାତ୍ରି ୪ଟାରୁ ପାଟଣା ବୈତରଣୀ ନଦୀର ପରମେଶ୍ୱର ଶିବ ମନ୍ଦିର ସଂଲଗ୍ନ ଅନସୂୟା ଘାଟ ଓ ରାଜନଗର ଶୈବ୍ୟା କାବେରୀ ଘାଟରେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟ, ମୟୁରଭଞ୍ଜ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ଆସି ପାପ ନାଶିନୀ ବୈତରଣୀ ନଦୀରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ବୁଡ଼ ପକାଇ ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’ କହି ଶ୍ରଦ୍ଧାଳୁ କଦଳୀ ପାଟୁଆ, ଶୋଲ, ଶାଳପତ୍ର ଚଉତି ଆଉ କାଗଜ ଡଙ୍ଗା ଭସାଇଥିଲେ। ଶ୍ରଦ୍ଧାଳୁ ପାଟଣା ମୁଖ୍ୟାଳୟ ବୈତରଣୀ ନଦୀ ସଲଗ୍ନ ପମେଶ୍ୱର ଶିବ ମନ୍ଦିର, ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିର, ସ୍ବାମ ଶାସନସ୍ଥିତ ସୋମେଶ୍ୱର ମହାଦେବ ମନ୍ଦିର, ରାଜନଗର ଦଧିବାମନଜୀଉ ମନ୍ଦିରରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଦେବ ଦର୍ଶନ କରିଥିଲେ। ପରମେଶ୍ବର ମନ୍ଦିରରେ ହରିବଲ୍ଲଭ ମିଶ୍ର, ଆନନ୍ଦେଶ୍ୱର ମନ୍ଦିରରେ ପର୍ଶୁରାମ ପଣ୍ଡା ଓ ସୋମେଶ୍ୱର ମନ୍ଦିରରେ ଶିବ ପ୍ରସାଦ ଦାଶ ପୂଜା ନୀତିକାନ୍ତିରେ କରିଥିଲେ। ପ୍ରାଚୀନ ଉତ୍କଳ ନୌବାଣିଜ୍ୟ ଓ ପରମ୍ପରାକୁ ମନେ ପକାଇ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମ ଦେଇ ପ୍ରବାହିତର ପୁଣ୍ୟତୋୟା ବୈତରଣୀରେ ଥିବା ଶୈବ୍ୟାକାବେରୀ ଘାଟରେ ଶୁକ୍ରବାର ଭୋର୍ ୪ଟାରୁ ସ୍ବତନ୍ତ୍ର ଭାବେ ବୋଇତ ବନ୍ଦାଣ କମିଟି ରାଜନଗର ତରଫରୁ ୨୪ ତମ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। ରାଜନଗର ବୋଇତ ବନ୍ଦାଣ କମିଟି ତରଫରୁ ୪୦ ଫୁଟ ଲମ୍ବ ୨୦ଫୁଟ ଓସାର ବିଶିଷ୍ଟ ଏକ ସୁଦୃଶ ବୋଇତକୁ ପ୍ରଥମେ ପୂଜକ ପ୍ରଦୀପ ପାଣି ନୀତିକାନ୍ତିରେ ପୂଜାର୍ଚ୍ଚନା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଓ ସମ୍ମାନିତ ଅତିଥି ଭାବେ ପାଟଣାର ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ ବୋଇତକୁ ଆନୁଷ୍ଠାନିକ ଭାବେ ଭସାଇ ଶୁଭାରମ୍ଭ କରିଥିଲେ। ପ୍ରଥମ କରି ଚଳିତ ବର୍ଷ କମିଟି ତରଫରୁ ବାଲିଯାତ୍ରା ପାଇଁ ମୀନା ବଜାର ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜନଗରର ମଠ ମନ୍ଦିର ଗ୍ରାମନଦୀ କୁଳ ଆଲୋକମାଳା ରେ ଝଟକୁଛି। ପାଟଣା ଓ ତୁରୁମୁଙ୍ଗା ପୋଲିସ ପକ୍ଷରୁ ପାଟଣା ଓ ରାଜନଗର ବୈତରଣୀ ନଦୀ ଓ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପ୍ରଶାସନର ଅପରିଣାଦମର୍ଶିତା ଯୋଗୁ ପାଟଣା ବାଇପାସ ପରମେଶ୍ବର ମନ୍ଦିର ନିକଟ ରାସ୍ତା ଓ ଛକରେ ଗାଡ଼ି ଜାମ୍ ଯୋଗୁ ଦୀର୍ଘ ସମୟଧରି ଯାତାୟାତରେ ବ୍ୟାହତ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଯୁବକଙ୍କ ସହାୟତାରେ ଆମ୍ବୁଲାନ୍ସ ପାଇଁ ରାସ୍ତା ଖୋଲା କରାଯାଇଥିଲା।