ଏହି ଫିଲ୍ମର ଚୁମ୍ବନ ଦୃଶ୍ୟ ଦର୍ଶକଙ୍କ ହୃଦୟରେ ଲଗାଇଥିଲା ନିଆଁ

ମୁମ୍ବାଇ: ସମୟ ସହିତ ତାଳ ଦେଇ ଫିଲ୍ମ ମଧ୍ୟ ଅଧିକ ବୋଲ୍ଡ ହେଲାଣି। ଚୁମ୍ବନ ଦୃଶ୍ୟର ଶୁଟିଂ ଫିଲ୍ମରେ ସାଧାରଣ ହୋଇଗଲାଣି। ତଥାପି ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ପରଦାରେ ସେମାନଙ୍କ ସହ-ଷ୍ଟାରମାନଙ୍କୁ ଚୁମ୍ବନ ଦିଅନ୍ତି ନାହିଁ। ତଥାପି ବଲିଉଡ୍‌ର କିଛି ଅଭିନେତା ଅଛନ୍ତି, ଯାହାଙ୍କ ପରିଚୟ ଚୁମ୍ବନ ଦୃଶ୍ୟ ସହିତ ଜଡ଼ିତ। ଜାଣନ୍ତୁ ବଲିଉଡର ସବୁଠାରୁ ବୋଲ୍ଡ ଚୁମ୍ବନ ଦୃଶ୍ୟ ସମ୍ପର୍କରେ…

ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ରେ ଅମୀର ଖାନ ଏବଂ କରିସ୍ମା କପୁର ବର୍ଷାରେ ଦୀର୍ଘ ସମୟ ଧରି ଚୁମ୍ବନ ଦେଇଥିଲେ। ଏହି ଚୁମ୍ବନ ବଲିଉଡ୍‌ରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ବେଳେ ଦର୍ଶକଙ୍କ ହୃଦୟରେ ନିଆଁ ଲଗାଇ ଦେଇଥିଲା। କୁହାଯାଏ ଏହା ଏମିତି ଏକ ଫିଲ୍ମ, ଯେଉଁଥିରେ ସବୁଠାରୁ ଲମ୍ବା ଚୁମ୍ବନ ଦୃଶ୍ୟ ଥିଲା। ଯଦିଓ ଆଜିର ସମୟରେ ଏହା ବଡ଼ କଥା ହୋଇ ନ ପାରେ, କିନ୍ତୁ ସେହି ସମୟରେ ଏହା ଏକ ବିରାଟ ବଡ଼ କଥା ଥିଲା।

ସେହିପରି ଫିଲ୍ମ ‘ଖ୍ବାଇଶ୍‌’ରେ ମଲ୍ଲିକା ଶେରାଓ୍ବତ୍‌ ଏବଂ ହିମାଂଶୁ ମଲ୍ଲିକଙ୍କ ମଧ୍ୟରେ ମୋଟ ୧୭ଟି ଲିପ୍‌ କିସ୍‌ ସିନ୍‌ ଥିଲା। ସେହି ସମୟରେ ଏହି ଚୁମ୍ବନ ବଲିଉଡ ଜଗତରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା। ୨୦୦୩ରେ ଏହି ଫିଲ୍ମ ମାଧ୍ୟମରେ ମଲ୍ଲିକା ତାଙ୍କର ବଲିଉଡ୍‌ରେ ଡେବ୍ୟୁ କରିଥିଲେ।

 

Share