ଅଡୁଆ କରିଛି ବୋଲ୍ଡ ଶଟ୍‌

‘ମହେଞ୍ଜୋଦାରୋ’ରୁ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ ପୂଜା ହେଗଡେ। କିନ୍ତୁ ଯେଉଁ ଆଶା ନେଇ ସେ ଏଠାକୁ ଆସିଥିଲେ ତାହା କେତେ ପୂରଣ ହୋଇଛି ତାହା ତ ଅଲଗା କଥା, ହେଲେ ଏବେ ଏକ ନୂଆ ଅଫରକୁ ନେଇ ତାଙ୍କର ଟେନ୍‌ସନ୍‌ ବଢ଼ିଯାଇଛି। ଏହାର କାରଣ କ’ଣ ଜାଣନ୍ତି? ଅସଲ କଥା ହେଲା, ଏଥିରେ ସଂଯୋଜିତ କେତୋଟି ବୋଲ୍ଡ ଶଟ୍‌ ତାଙ୍କର ଚିନ୍ତା ବଢ଼ାଇ ଦେଇଛି। ଏଭଳି ବିଷୟକୁ ନେଇ ପୂଜା କହନ୍ତି, ‘ଏହି ନୂଆ ସିନେମାର କାହାଣୀ ବେଶ୍‌ ଦମଦାର। ହେଲେ ସେଥିରେ ଥିବା କେତୋଟି ବୋଲ୍ଡ ଶଟ୍‌ ମୋ ଟେନ୍‌ସନ ବଢ଼ାଇ ଦେଇଛି। ଅବଶ୍ୟ ଏହାର ସଂଯୋଗ କାହାଣୀ ସହ ରହିଛି। ଏଭଳି ପରିସ୍ଥିତିକୁ କିପରି ମୁକାବିଲା କରିବି ଚିନ୍ତା କରିପାରୁନି। ଯଦି ଅଫର୍‌ଟିକୁ ହାତଛଡା କରୁଛି ତେବେ ଭଲ ସିନେମାଟିଏ ମିସ୍‌ କରିବି। ତେଣୁ ମୁଁ କ’ଣ କରିବି କିଛି ଚିନ୍ତା କରିପାରୁନାହିଁ। ଏ ନେଇ ନିଷ୍ପତ୍ତି ନେବାକୁ ପ୍ରଯୋଜନା ସଂସ୍ଥା ମୋତେ ଦୁଇ ସପ୍ତାହ ସମୟ ଦେଇଛି। ଏହା ଭିତରେ ମୋତେ ଯାହା ହେଲେ ବି କିଛି ଫାଇନାଲ କରିବାକୁ ପଡିବ।’ ତେବେ ପୂଜା ଏ ବିଷୟରେ କ’ଣ ଡିସିସନ ନେଉଛନ୍ତି ତାହା ଖୁବ୍‌ ଶୀଘ୍ର ଜଣାପଡିଯିବ। ସୂଚନାଯୋଗ୍ୟ ଯେ, ସଲମାନ ଖାଁ ଏବଂ ପୂଜା ହେଗଡେ ଅଭିନୀତ ‘କିସି କା ଭାଇ କିସିକା ଜାନ୍‌’ ଚଳିତ ବର୍ଷ ଇଦ୍‌ ଅବସରରେ ମୁକ୍ତିଲାଭ କରିଛି।

Share