
ବୌଦ୍ଧ,୧୬।୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଖଜୁରୀପଡାଠାରେ ରବିବାର ଏକ ବୋଲେରୋ ଲୁନାକୁ ପଛରୁ ଧକ୍କା ଦେବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ୟାମସୁନ୍ଦରପୁର ବିଘେଶ୍ୱର ମାହାର(୩୬) ଓ ଓମ୍କାର ସେଠୀ। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଭିମ୍ସାର ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି।
ମିଳିଥିବା ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ଶ୍ୟାମସୁନ୍ଦରପୁର ଗ୍ରାମର ହିମାଂଶୁ ସେଠୀ (୬୫) ସେହି ଗ୍ରାମର ବିଘେଶ୍ୱର ଓ ନାତି ଓମ୍କାରଙ୍କୁ କରୁଣାପାଲି ଗ୍ରାମରୁ ଏକ ଲୁନା (ନଂ.ଓଡି୨୭ଏ/୮୨୭୧) ଯୋଗେ ଘରକୁ ଫେରୁଥିଲେ।
ସେତିକିବେଳେ ଜାତୀୟ ରାଜପଥର ଖଜୁରୀପଡାଠାରେ ଲୁନା ପଛକୁ ଏକ ବୋଲେରୋ (ନଂ.ଓଡି୦୫ଏଆର/୪୮୧୮) ଧକ୍କା ଦେଇ ଗଛରେ ପିଟି ହୋଇଥିଲା। ସ୍ଥାନୀୟ ଲୋକେ ୩ ଗୁରୁତରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡିକାଲକୁ ପଠାଇଥିଲେ। ସେଠାରେ ବିଘ୍ନେଶ୍ୱର ଏ ବଂ ଓମକାରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଘଣ୍ଟାଏ ଧରି ଜାତୀୟ ରାଜପଥରେ ଗାଡିଗୁଡିକ ଅଟକି ରହିଥିଲା