Advertisement

ଲୁନାକୁ ପିଟିଲା ବୋଲେରୋ, ଚାଲିଗଲା ୨ ଜୀବନ

ବୌଦ୍ଧ,୧୬।୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଖଜୁରୀପଡାଠାରେ ରବିବାର ଏକ ବୋଲେରୋ ଲୁନାକୁ ପଛରୁ ଧକ୍କା ଦେବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ୟାମସୁନ୍ଦରପୁର ବିଘେଶ୍ୱର ମାହାର(୩୬) ଓ ଓମ୍‌କାର ସେଠୀ। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଭିମ୍‌ସାର ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି।

ମିଳିଥିବା ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ଶ୍ୟାମସୁନ୍ଦରପୁର ଗ୍ରାମର ହିମାଂଶୁ ସେଠୀ (୬୫) ସେହି ଗ୍ରାମର ବିଘେଶ୍ୱର ଓ ନାତି ଓମ୍‌କାରଙ୍କୁ କରୁଣାପାଲି ଗ୍ରାମରୁ ଏକ ଲୁନା (ନଂ.ଓଡି୨୭ଏ/୮୨୭୧) ଯୋଗେ ଘରକୁ ଫେରୁଥିଲେ।

ସେତିକିବେଳେ ଜାତୀୟ ରାଜପଥର ଖଜୁରୀପଡାଠାରେ ଲୁନା ପଛକୁ ଏକ ବୋଲେରୋ (ନଂ.ଓଡି୦୫ଏଆର/୪୮୧୮) ଧକ୍କା ଦେଇ ଗଛରେ ପିଟି ହୋଇଥିଲା। ସ୍ଥାନୀୟ ଲୋକେ ୩ ଗୁରୁତରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡିକାଲକୁ ପଠାଇଥିଲେ। ସେଠାରେ ବିଘ୍ନେଶ୍ୱର ଏ ବଂ ଓମକାରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଘଣ୍ଟାଏ ଧରି ଜାତୀୟ ରାଜପଥରେ ଗାଡିଗୁଡିକ ଅଟକି ରହିଥିଲା

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share