Advertisement

୨୦୧୭ରେ ନୂଆସାହି ବଜାରରୁ ବୋଲୋରୋ ଚୋରି ଘଟଣା: ଦୁଇ ବର୍ଷ ପରେ ଅଭିଯୁକ୍ତ ଗିରଫ

କପ୍ତିପଦା,୧୭।୫(ଡି.ଏନ୍‌.ଏ.): ୨୦୧୭ ମସିହାର ଏକ ବୋଲେରୋ ଚୋରି ଘଟଣାରେ କପ୍ତିପଦା ପୋଲିସକୁ ସଫଳତା ମିଳିଛି। ଦୀର୍ଘ ଦୁଇ ବର୍ଷ ପରେ ପୋଲିସ ଅଭିଯୁକ୍ତ ଠାକୁରମୁଣ୍ଡା ଥାନା ଅଧୀନ ଖୁଣ୍ଟାପୋଷୀ ଗ୍ରାମର ଭୀମସେନ ମାଝିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିଭଳି ଘଟଣାର ମୁଖ୍ୟ ଅଭିଯୁକ୍ତ ସର୍ଫରାଜ ଖାନ୍‌ ଓ ବୁଲେଟ୍‌ଙ୍କୁ ସମ୍ବଲପୁର ଅଇଁଠାପାଲି ଥାନା ପୋଲିସ ଗିରଫ କରିବା ପରେ ସେମାନେ ଜେଲରେ ଥିବା ଜଣାପଡ଼ିଛି।
ବୋଲେରୋଟି ନୂଆସାହି ବଜାରରେ ଥିବା ଏକ ବିଦେଶୀ ମଦ ଦୋକାନ ଆଗରେ ଛିଡ଼ା ହୋଇଥିବା ବେଳେ ଚୋରି ହୋଇଥିଲା। ଭୀମସେନ ଗାଡ଼ିକୁ ଚୋରି କରିବା ପରେ ମୁଖ୍ୟ ଅଭିଯୁକ୍ତମାନେ ତାଙ୍କୁ ୫ହଜାର ଟଙ୍କା ଦେଇ ଗାଡ଼ି ନେଇ ଫେରାର ହୋଇଯାଇଥିଲେ। ଏ ନେଇ ଗାଡ଼ି ମାଲିକ ସୁବଳ ମହାନ୍ତି କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା(ନଂ-୧୧୨/୧୭) ରୁଜୁ କରି ତଦନ୍ତ ଜାରି ରଖିଥିଲା। ଶେଷରେ ସିସିଟିଭି ଫୁଟେଜ୍‌ ଓ ତଦନ୍ତ ଆଧାରରେ ଭୀମସେନଙ୍କୁ ଗିରଫ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel