ବୋଲେରୋ-ଟ୍ରକ୍‌ ମୁହାଁମୁହିଁ, ୬ ଗୁରୁତର

ଭବାନୀପାଟଣା,୧୬ା୮: କଳାହାଣ୍ଡି ଜିଲା ଭବାନୀପାଟଣା ଜାତୀୟ ରାଜପଥରେ ଶୁକ୍ରବାର ଏକ ବୋଲେରୋ ଏବଂ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି, ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଏନ୍‌ଏଚ୍‌ ୨୬ ଟିଟିଲାଗଡ଼ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଛତିଶଗଡ଼ରୁ ହୀରାକୁଦ ବୁଲିବାକୁ ଆସିଥିବା ବେଳେ ଏହି ଦୁର୍ଘଟଣା ଘଟିଛି।