ଲା ପାଜ୍,୧୦।୬: ପାର୍ଲାମେଣ୍ଟରେ ହୋ ହଲ୍ଲା ଓ ଚପଲ ଫୋପାଡ଼ିବା ଘଟଣା କିଛି ନୂଆ ନୁହେଁ। କିନ୍ତୁ ଚୁଟି ଟଣାଟଣି ସହ ମୁଥ ମରାମରି ହେବା ଭଳି ଘଟଣା ଘଟିଛି ବଲିଭିଆ ପାର୍ଲାମେଣ୍ଟରେ। ପୂର୍ବତନ ରାଷ୍ଟ୍ରପତି ଜେନିନ୍ ଅନେଜ୍ଙ୍କ ଗିରଫକୁ ନେଇ ଶାସକ ଏବଂ ବିରୋଧୀ ଦଳ ସଦସ୍ୟ ମଙ୍ଗଳବାର ମୁହାଁମୁହିଁ ହୋଇଥିଲେ।
Watch: Fight breaks out in Bolivian Congress!
Bolivian politicians trade kicks and punches on Tuesday during a debate on recent arrests of former officials of the previous interim government of Jeanine Anez. pic.twitter.com/tVMZkIQ1q2
— Press TV 🔻 (@PressTV) June 9, 2021
ମାସ ପାର୍ଟିର ଆଣ୍ଟୋନିଓ କୋଲକ୍ୟୁ ଓ ବିରୋଧୀ ଦଳର ନେତା ହେନରୀ ମଣ୍ଟେରିଓ ପରସ୍ପରକୁ ମୁଥ ଉପରେ ମୁଥ ମାରିଥିଲେ। ସେମାନଙ୍କୁ ଅଲଗା କରିଥିଲେ ପାର୍ଲାମେଣ୍ଟର ଅନ୍ୟ ସଦସ୍ୟମାନେ। ତାପରେ ଦୁଇ ମହିଳା ସିନେଟରଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଫାଇଟ୍। ଉଲ୍ଲେଖଥାଉ କି, ମାର୍ଚ୍ଚରେ ରାଷ୍ଟ୍ରପତି ଜେନିନ୍ଙ୍କୁ ଆତଙ୍କବାଦ, ଅର୍ଥ ହେରଫେର, ଷଡ଼ଯନ୍ତ୍ର ଭଳି ସଙ୍ଗିନ ମାମଲାରେ ଗିରଫ କରାଯାଇଥିଲା।