ଅମିର ଖାନ୍‌ଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ହିନ୍ଦୀ ସିନେମାର ଜଣେ ଜଣାଶୁଣା ନାମ ହେଉଛନ୍ତି ଅମିର ଖାନ। ଦର୍ଶକମାନେ ଉତ୍ସାହର ସହିତ ତାଙ୍କ ଫିଲ୍ମକୁ ଅପେକ୍ଷା କରନ୍ତି। ସେ ଗୋଟିଏ କିମ୍ବା ଦୁଇ ବର୍ଷରେ ଗୋଟିଏ ଫିଲ୍ମ କରନ୍ତି। ଆଜି ଅମିର ୫୭ ବର୍ଷରେ ପଦାର୍ପଣ କରିଛନ୍ତି। ଫିଲ୍ମ ‘କୟାମତ ସେ କୟାମତ ତକ’ରୁ ସେ ତାଙ୍କ ବଲିଉଡ୍‌ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଏବେ ସେ ପରବର୍ତ୍ତୀ ଫିଲ୍ମ ‘ଲାଲ ସିଂ ଚଢା’ରେ ବ୍ୟସ୍ତ ଅଛନ୍ତି। ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ବକ୍ସ ଅଫିସରେ ୩୦୦ ରୁ ୪୦୦ କୋଟି ରୋଜଗାର କରିଥାଏ। ଲାଲ ସିଂ ଚଢା ଚଳିତ ବର୍ଷ ଅଗଷ୍ଟ ୧୧ରେ ମୁକ୍ତିଲାଭ କରିବାକୁ ଯାଉଛନ୍ତି। ତାଙ୍କ କ୍ୟାରିୟରରେ ଅମିର ଦଙ୍ଗଲ, ପି.କେ, ୩ ଇଡିଅଟ୍ସ, ତାରେ ଜମିନ ପର, ଗଜନି ପରି ସୁପରହିଟ ଫିଲ୍ମ କରିଛନ୍ତି।
୫୭ ବର୍ଷ ବ୍ୟାପିଥିବା ତାଙ୍କ ଅଭିନୟ କ୍ୟାରିୟରରେ ଅମିର ୪୭ ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅମିରଙ୍କୁ ଭାରତ ପରେ ଚାଇନାରେ ସବୁଠାରୁ ଅଧିକ ଲୋକ ପସନ୍ଦ କରନ୍ତି । ତାଙ୍କର ଫିଲ୍ମ ଦଙ୍ଗଲ ଚାଇନାରେ ପ୍ରାୟ ୧୪୦୦ କୋଟି ଏବଂ ସିକ୍ରେଟ ସୁପରଷ୍ଟାର ୮୦୦ କୋଟିରୁ ଅଧିକ ଆୟ କରିଥିଲା। ଏହା ବ୍ୟତୀତ ୩ଇଡିଅଟ୍ସ ମଧ୍ୟ ଚାଇନାରେ ବହୁତ ରୋଜଗାର କରିଥିଲା। ଚାଇନାରେ ଏହା ଅମିରଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା।
ଅମିର ଖାନ ୧୫୬୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ । ତାଙ୍କୁ ଶେଷ ଥର ପାଇଁ ଠଗ୍ସ ଅଫ୍‌ ହିନ୍ଦୁସ୍ତାନରେ ଦେଖିବାକୁ ମିଳିଥିଲା। ଜଣେ ଅଭିନେତା ହେବା ବ୍ୟତୀତ ଅମିର ଜଣେ ନିର୍ମାତା ଏବଂ ନିର୍ଦ୍ଦେଶକ ମଧ୍ୟ। ସେ ଫିଲ୍ମ ଏବଂ ବିଜ୍ଞାପନରୁ ରୋଜଗାର କରନ୍ତି। ବିଜ୍ଞାପନ ପାଇଁ ଅମିର ପ୍ରାୟ ୧୨ କୋଟି ଟଙ୍କା ଆୟ କରନ୍ତି। ସେ ଗୋଟିଏ ଫିଲ୍ମ ପାଇଁ ୮୫ କୋଟି ଟଙ୍କା ନିଅନ୍ତି। ଏହା ବ୍ୟତୀତ ତାଙ୍କର ଅନେକ ବିଳାସପୂର୍ଣ୍ଣ ଗାଡି ଅଛି।

Share