ୟୁଜରଙ୍କୁ ଧମକ ଦେଲେ ଆମୀରଙ୍କ ଝିଅ: ଲଗାଇଲେ ୫ ହଜାର ଟଙ୍କାର ଜରିମାନା

ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଆମୀର ଖାନ୍‌ଙ୍କ ଝିଅ ଇରା ଖାନ୍‌ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ। ବିଗତ କିଛି ଦିନ ହେବ କୌଣସି ନା କୌଣସି କଥାକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଇରା ପ୍ରେମିକ ନୁପୁର ଶେଖରଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ପ୍ରକାଶ କରିଥିଲେ। କିନ୍ତୁ ଏବେ ସେ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ କିଛି ୟୁଜର ତାଙ୍କ ନାମକୁ ଭୁଲ ଉଚ୍ଚାରଣ କରୁଛନ୍ତି।
ନିକଟରେ ଇରା ଏକ ଭିଡିଓ ଶେୟାର କରିଥିଲେ। ଏଥିରେ ତାଙ୍କ ନାମ କିପରି ଉଚ୍ଚାରଣ କରାଯିବ ତାହା ସେ ବ୍ୟାଖ୍ୟା କରିଥିଲେ। କାରଣ ତାଙ୍କ କହିବାନୁସାରେ ପ୍ରଶଂସକମାନେ ତାଙ୍କୁ ‘ଇରା’ କହି ଚିଡ଼ାଇଥାନ୍ତି। ତେବେ ତାଙ୍କ ନାମ ଇରା ନୁହେଁ ବରଂ ଆୟରା ବୋଲି ସେ କହିଛନ୍ତି। ଆଗକୁ ତାଙ୍କ ନାମର ଭୁଲ ଉଚ୍ଚାରଣ କଲେ ୫ ହଜାର ଟଙ୍କା ଏକ ବାକ୍ସରେ ରଖିବାକୁ ପଡ଼ିବ। ଯାହାକୁ ସେ ମାସ ଶେଷ କିମ୍ବା ବର୍ଷ ଶେଷରେ ଦାନ କରିବେ ବୋଲି କହିଛନ୍ତି।

Share