ବିବାଦରେ ବଲିଉଡ୍‌ ହ୍ୟାଣ୍ଡସମ

ମୁମ୍ବାଇ: ବିବାଦକୁ ଆସିଛନ୍ତି ବଲିଉଡ୍‌ର ହ୍ୟାଣ୍ଡସମ୍‌ ଜନ୍‌ ଆବ୍ରାହମ୍‌। ଫିଲ୍ମ ଦୁନିଆରୁ ଏବେ ଦୂରରେ ଥିଲେ ମଧ୍ୟ ସେ ଏବେ ଏକ ଭିଡିଓ ମାଧ୍ୟମରେ ସାମ୍ନାକୁ ଆସିଛନ୍ତି। ସେଲଫି ନେବାବେଳେ ଜଣେ ଫ୍ୟାନଙ୍କୁ ଧକ୍କା ମାରିଥିବା ଭିଡିଓ ଭାଇରାଲ ହୋଇଛି।
ସୂଚନା ଅନୁସାରେ, ଜନ୍‌ ମଲ୍‌କୁ ଯାଇଥିବା ସମୟରେ ଜଣେ ଫ୍ୟାନ ତାଙ୍କ ପାଖକୁ ଆସି ସେଲଫି ନେବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଜନ୍‌ ତାଙ୍କୁ ଧକ୍କା ମାରିଥିଲେ। ଏହି ଭିଡିଓଟି ୧ମିଲିୟନରୁ ଅଧିକ ଭିୟୁଜ ପାର କଲାଣି। ଜନ୍‌ଙ୍କ ଫ୍ୟାନ୍ସ ତାଙ୍କର ଏଭଳି ବ୍ୟବହାରକୁ ନାପସନ୍ଦ କରିଛନ୍ତି।

Share