ପିତାଙ୍କୁ ହରାଇଲେ ବଲିଉଡ ଅଭିନେତା

ନୂଆଦିଲ୍ଲୀ,୩।୧୦: ବଲିଉଡ଼ ଅଭିନେତା ମନୋଜ ବାଜପେୟୀଙ୍କ ବାପା ରାଧାକାନ୍ତ ବାଜପେୟୀଙ୍କ ରବିବାର ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ୮୩ ବର୍ଷ ବୟସରେ ଦିଲ୍ଲୀର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଆର୍‌ କେ ବାଜପେୟୀ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ସେ ଦୁଇ ଥର ଜାତୀୟ ଫିଲ୍ମ ପୁରସ୍କାର ପାଇଛନ୍ତି। ସତ୍ୟ, ଶୁଲ, ଗ୍ୟାଙ୍ଗସ୍‌ ଅଫ୍‌ ୱାସେପୁର ଓ ଆଲିଗଡ଼ ଆଦି ଚଳଚ୍ଚିତ୍ରରେ ସେ କାମ କରିଛନ୍ତି। ବାପାଙ୍କ ଦେହ ଖରାପ ଶୁଣି ମନୋଜ କେରଳରୁ ଶୁଟିଂ ଛାଡ଼ି ଆସିଥିଲେ। ବାପାଙ୍କ ଦେହାନ୍ତରେ ସେ ଭାଙ୍ଗି ପଡ଼ିଛନ୍ତି । ନୂଆଦିଲ୍ଲୀର ନିଗମ ବୌଦ୍ଧଘାଟଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି।

Share