Categories: ଜାତୀୟ

ଲାଲୁଙ୍କୁ ଭେଟିଲେ ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ…

ପାଟନା, ୧୮।୯ : ବଲିଉଡର ଜଣାଶୁଣା ଅଭିନେତା ମନୋଜ ବାଜପେୟୀ ବିହାରର ରାଜଧାନୀ ପାଟନାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏହାର ଫଟୋ ନିଜ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଏହା ସହିତ ଟୁଇଟରେ ସେ ଲେଖିଛନ୍ତି ଯେ ବିହାରର ମାଟିର ପୁତ୍ର, ହିନ୍ଦୀ ସିନେମାର ଜଣେ ଜଣାଶୁଣା ତଥା ଗମ୍ଭୀର ଅଭିନେତା ପଦ୍ମଶ୍ରୀ ମନୋଜ ବାଜପେୟୀ ଆମ ବାସଭବନରେ ଆମକୁ ଭେଟିବାକୁ ଆସି ମୋ ବାପା ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। ତାଙ୍କର କଠିନ ପରିଶ୍ରମ ଏବଂ ଦକ୍ଷତା ହେତୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ପରିଚୟ ସୃଷ୍ଟି କରି ବିହାରକୁ ଗର୍ବିତ କରିଛନ୍ତି। ତେବେ ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି। ମନୋଜ ରାଜନୀତିରେ ପ୍ରବେଶ କରି ପାରନ୍ତି ବୋଲି ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ ଏନେଇ ଆରଜେଡି ଅବା ମନୋଜଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ପ୍ରଦାନ କରାଯାଇ ନାହିଁ।

Share