ଟିକା ନେବା ପରେ କରୋନା ପଜିଟିଭ ହେଲେ ଏହି ଅଭିନେତା: ପ୍ରଯୋଜକଙ୍କ ସହ ଘଟିସାରିଛି ସମାନ ଘଟଣା

ଭାରତରେ କରୋନାର ପ୍ରକୋପ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବଲିଉଡ୍‌ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ପ୍ରତିଦିନ ବଲିଉଡ୍‌ର କୌଣସି ନା କୌଣସି କଳାକାର କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଏହାରି ମଧ୍ୟରେ ୬୫ ବର୍ଷୀୟ ଅଭିନେତା ପରେଶ ରାଓ୍ବଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜେ ଟୁଇଟ୍‌ କରି ଜଣାଇଛନ୍ତି। ତେବେ କିଛି ଦିନ ପୂର୍ବେ ପରେଶ ଟିକା ନେଇଥିଲେ। ଏଥସହ ବଲିଉଡ୍‌ ପ୍ରଯୋଜକ ରମେଶ ତୌରାନିଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି। କରୋନା ଟିକା ନେବା ପରେ ମଧ୍ୟ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

Share