ଭୁବନେଶ୍ୱର,୩୧।୮(ଶର୍ମିଷ୍ଠା ପାଣିଗ୍ରାହୀ)ଓଲିଉଡ୍ ଅଭିନେତା ଅରିନ୍ଦମ ରାୟ ଦୀର୍ଘ ଦିନପରେ ପୁଣି ଓଲିଉଡ୍କୁ ଫେରୁଛନ୍ତି। ଦଶହରାରେ ରିଲିଜ୍ ହେବାକୁ ଯାଉଛି ତାଙ୍କ ଅଭିନୀତ ବଡ଼ ବଜେଟ୍ ଫିଲ୍ମ ‘ରାମ’। ରତ୍ନା ଫିଲ୍ମ ବ୍ୟାନରର ଚତୁର୍ଥ ଅବଦାନ ତଥା ଅରିନ୍ଦମଙ୍କ ପ୍ରଯୋଜନାରେ ଆସିବାକୁ ଥିବା ଏହି ଫିଲ୍ମ ପାଇଁ ୨ଟି ୟୁନିଟ୍ରେ ଶୁଟିଂ ଚାଲିଛି। ଏଥିସହ ଏହି ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ ଅଭିନେତା ରାହୁଲ ଦେବ। ଦର୍ଶକ ତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ପାଇବେ। ଏବେ ଗୋଟିଏ ୟୁନିଟ୍ରେ ଫାଇଟ ଦୃଶ୍ୟ ଓ ଦ୍ୱିତୀୟ ୟୁନିଟ୍ରେ ବଲିଉଡ୍ ଅଭିନେତା ରାହୁଲ ଦେବଙ୍କ ଅଭିନୟର ଶୁଟିଂ ହେଉଛି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଅଶୋକ ପତି ଦେଇଥିବାବେଳେ ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ଭାରଦ୍ୱାଜ ପଣ୍ଡା ରହିଛନ୍ତି।
ଗୀତଗୁଡିକର ରେକର୍ଡିଂ ଶେଷ ହୋଇଯାଇଛି। ଅସାଦ ନିଜାମ ଓ ଲିଙ୍କନଙ୍କ ଦମ୍ଦାର ମ୍ୟୁଜିକ ଦଶହରା ମାହୋଲକୁ ସରଗରମ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।