ବମ୍ବେ: ରାବଣ ଭୂମିକାରେ ନଜର ଆସିବେ ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍। ନିର୍ଦ୍ଦେଶକ ଓମ୍ ରାଉତଙ୍କ ମେଗା ବଜେଟ୍ରେ ନିର୍ମିତ ଥ୍ରି-ଡି ଫିଲ୍ମ ଆଦିପୁରୁଷରେ ସେ ଖଳନାୟକ ଭୂମିକାରେ ନଜର ଆସିବେ। ଏଣୁ ସୈଫ ପ୍ରଥମ ଥର ପାର୍ଇ ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସଙ୍କ ସହ କାମ କରିବା ସ୍ପଷ୍ଟ ହୋଇଛି। ନିର୍ମାତାମାନେ ଫିଲ୍ମର ପୋଷ୍ଟର ଶେୟାର କରି ସୈଫଙ୍କ ଭୂମିକା ବିଷୟରେ ଜଣାଇସାରିଛନ୍ତି।
ପୋଷ୍ଟରଟି ବେଶ୍ ସୁନ୍ଦର ହୋଇଛି। ଏଥିରେ ଦଶମୁଣ୍ଡ ବିଶିଷ୍ଟ ରାବଣକୁ ଦେଖିବାକୁ ମିଳୁଛି। ଏଥିସହ ଲଙ୍କେଶଙ୍କ ଭୂମିକାରେ ସୈଫ୍ ବୋଲି ଲେଖାଯାଇଛି। ଏହାକୁ ନେଇ ପ୍ରଶଂସକ ବେଶ୍ ଖୁସି ଥିବା ବେଳେ ଟୁଇଟରରେ ସୈଫ ଅଲ୍ଲୀ ଖାନ୍ ଟ୍ରେଣ୍ଡ କରୁଛନ୍ତି। ଅପରପକ୍ଷେ ସ୍ତ୍ରୀ ତଥା ଅଭିନେତ୍ରୀ କରିନା ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଇତିହାସର ସବୁଠାରୁ ସୁନ୍ଦର ଦାନବ.. ମୋ ମଣିଷ ସୈଫ ଅଲ୍ଲୀ ଖାନ୍ ବୋଲି ସେ କହିଛନ୍ତି।