ବମ୍ବେ: ଦବଙ୍ଗ ଖାନ୍ ସଲମାନଙ୍କ ଜୀବନକୁ ବିପଦ ଥିବା ପୋଲିସ ସନ୍ଦେହ କରୁଛି। କାରଣ ଉତ୍ତରାଖଣ୍ଡରୁ ସଲମାନଙ୍କୁ ହତ୍ୟା କରିବା ପାଇଁ ରେକି କରୁଥିବା ଜଣେ ଅଭିଯୁକ୍ତ ଏବେ ପୋଲିସ କବ୍ଜାରେ। ସେ ପୂର୍ବରୁ ଏକାଧିକ ଅପରାଧ ଘଟାଇ ସାରିଛନ୍ତି। ଏପରିକି ଗ୍ୟାଙ୍ଗଷ୍ଟର ଲୋରେନ୍ସ ବିଶ୍ରୋଇଙ୍କ ପାଇଁ ସେ କାମ କରନ୍ତି ବୋଲି ଜଣାପଡ଼ିଛି।
ଅଭିଯୁକ୍ତ ହେଲେ ରାହୁଲ। ସେ ଜଣେ ଶାର୍ପ ସୁଟର। ଏବେ ଲୋରେନ୍ସ ଜୋଧପୁର ଜେଲରେ ଅଛନ୍ତି। ହେଲେ ରାହୁଲ ଜାନୁୟାରୀରେ ସଲମାନଙ୍କ ରେକି କରିଥିଲେ। ଦୁଇ ଦିନ ସେଠାରେ ରହି ତାଙ୍କ ଯିବା ଆସିବା ଉପରେ ନଜର ରଖିଥିଲେ। ହେଲେ ଏବେ ପୋଲିସ ତାଙ୍କୁ ଉଠାଇ ନେଇଛି।
କୁଖ୍ୟାତ ଲୋରେନ୍ସ ସଲମାନଙ୍କୁ ପସନ୍ଦ କରନ୍ତି ନାହିଁ। ଯୋଧପୁରରେ ୨୦୧୮ରେ ହୋଇଥିବା କଳା ହରିଣ ଶିକାର ମାମଲାରେ ସଲମାନ ଦୋଷମୁକ୍ତ ହେବାକୁ ନେଇ ସେ ରାଗି ଯାଇଥିଲେ। ସେ ନିଜେ ସଲମାନଙ୍କୁ ମାରିବାକୁ ଧମକ ଦେଇଥିଲେ। ଏଥିପାଇଁ ସେ ରେସ୍-୩ ଶୁଟିଂସେଟ୍କୁ ଯାଇ ଭଙ୍ଗାରୁଜା ମଧ୍ୟ କରିଥିଲେ।