ମୁମ୍ବାଇ, ୯। ୮: ଅଭିନେତା ସଞ୍ଜୟ ଦତ୍ତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଶନିବାର ସନ୍ଧ୍ୟାରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ହେବା ସହ ନିଃଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରିଥିଲେ। ତାଙ୍କର ରାପିଡ୍ ଆଣ୍ଟିଜେନ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଥିଲା । ରିପୋର୍ଟ ନେଗେଟିଭ୍ ଆସିବା ପରେ ପୁନଃପରୀକ୍ଷା ଲାଗି ସ୍ବାବ୍ ନିଆଯାଇଥିବା ଜଣାପଡ଼ିଛି। ଏବେ ସଞ୍ଜୟ ଅଣକୋଭିଡ୍ ଆଇସିୟୁରେ ଅଛନ୍ତି। ତାଙ୍କ ଅବସ୍ଥା ସ୍ଥିର ରହିଥିବାବେଳେ ଡାକ୍ତରମାନେ ଚିକିତ୍ସା ଜାରି ରଖିଛନ୍ତି।